ଐତିହ୍ୟ ଓ ସଂସ୍କୃତିଓଡ଼ିଶାଶିକ୍ଷା

ରାଜଗଡ ପ୍ରାଥମିକ ବିଦ୍ୟାଳୟରେ ଗଣେଶ ପୂଜା ଜାକ ଜମକରେ ପାଳିତ

ମହାକାଳପଡା, ୩୧/୦୮/୨୦୨୨-   କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ମଣ୍ଡଳ ଅନ୍ତର୍ଗତ ରାଜଗଡ ପ୍ରାଥମିକ ବିଦ୍ୟାଳୟରେ ଗଣେଶ ପୂଜା ବେଶ୍ ଜାକ ଜମକରେ ପାଳିତ ହୋଇଯାଇଛି । ବୁଧବାର ସକାଳୁ ସକାଳୁ ଛାତ୍ରଛାତ୍ରୀମାନେ ନୂଆ ପୋଷାକ ପିନ୍ଧି ହାତରେ ନଡିଆ ,ଫୁଲ, ଧୂପ ଓ ନୂଆ କଲମ ଧରି ଆନନ୍ଦରେ ବିଦ୍ୟାଳୟରେ ପହଁଞ୍ଚିଥିଲେ । ଘଣ୍ଟ, ଘଣ୍ଟା, ହୁଳାହୁଳି ଓ ସଂକୀର୍ତ୍ତନ ମଧ୍ୟରେ ପ୍ରଭୁ ଗଣେଶଙ୍କୁ ଆବାହନ କରାଯାଇଥିଲା ।

ମଧ୍ୟାହ୍ନ ସୁଦ୍ଧା ପୂଜା କାର୍ଯ୍ୟକ୍ରମ ଶେଷ କରାଯାଇ ସମସ୍ତଙ୍କୁ ପ୍ରସାଦ ବଣ୍ଟା ଯାଇଥିଲା । ପୂଜା ଶେଷ ପରେ ସମସ୍ତ ଛାତ୍ରଛାତ୍ରୀ ଗୁରୁଜୀ, ଗୁରୁମାମାନଙ୍କୁ ପ୍ରଣାମ କରି ଆଶିର୍ବାଦ ନେଇଥିଲେ । ୨ ବର୍ଷ ପରେ ଚଳିତ ବର୍ଷ ଗଣେଶ ପୂଜା ପାଳିତ ହେଇଥିବାରୁ ସମସ୍ତଙ୍କ ମନରେ ଖୁସିର ଲହରି ଦେଖିବାକୁ ମିଳିଥିଲା ।

ଏହି ପୂଜାରେ ସିପ୍ରା ଜେନା, ନମିତା ମହାନ୍ତି, ଶର୍ମିଷ୍ଠା ପାଳ, ଏଲ. ଶୁଭସ୍ମିତା ପ୍ରମୁଖ ଶିକ୍ଷୟିତ୍ରୀଗଣ ଏବଂ ସିଆରସିସି ଅଚ୍ୟୁତାନନ୍ଦ ପୃଷ୍ଟିଙ୍କ ସମେତ ଛାତ୍ରଛାତ୍ରୀଙ୍କ ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା ସମିତିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ । ଏ ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ପ୍ରସାଦ ଦାସ ସମସ୍ତଙ୍କୁ ଧନ୍ୟବାଦ ଦେବା ସହିତ ସମସ୍ତଙ୍କ ସଫଳତା କାମନା କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com