ଓଡ଼ିଶା

ପୁରୀରେ ଏଏସଆଇ ଟିମ୍, ଖନନ ବେଳେ ବାହାରିଥିବା ସିଂହ ମୂର୍ତ୍ତିର କଲେ ଅନୁଧ୍ୟାନ

ପୁରୀ: ପୁରୀରେ ଏଏସଆଇ ଟିମ୍ । ଏଏସଆଇ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ଆଜି ଅପରାହ୍ନରେ ଏମାର ମଠ ପାଖରେ‌ ହୋଇଥିବା ଖନନ ଅଞ୍ଚଳରେ ପହଞ୍ଚି ସେଠାରୁ ବାହାରିଥିବା ପଥରର ସିଂହ ମୂର୍ତ୍ତିର ଅନୁଧ୍ୟାନ କରିଛନ୍ତି । ଏହି ଟିମ୍ ସିଂହ ମୂର୍ତ୍ତିକୁ ସଫା କରିବା ସହ ସେଗୁଡିକର ଫଟୋଗ୍ରାଫି ମଧ୍ୟ କରିଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ମାଟି ଖନନ ବେଳେ ଏକ ସିଂହ ମୂର୍ତ୍ତି ବାହାରିଥିଲା।

ସିଂହ ମୂର୍ତ୍ତିଟି ଭାଙ୍ଗି ଯାଇଥିବା ବେଳେ ଜିପିଆର ସର୍ଭେ ନହୋଇ ଖନନ କାର୍ଯ୍ୟ ଚାଲୁଥିବାରୁ ଶ୍ରୀମନ୍ଦିର ଚାରିପାଖରେ ଥିବା ଐତିହ୍ୟ କୀର୍ତ୍ତିରାଜି ନଷ୍ଟ ହୋଇଯାଉଛି। ଗତ ମେ ୭ ତାରିଖରେ ଏଏସ୍ଆଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିବା ବେଳେ ଅନେକ ଗୁମର ଖୋଲିବାରେ ଲାଗିଛି। ଦାଖଲ ହୋଇଥିବା ସତ୍ୟପାଠର ୪୦ ତମ ପୃଷ୍ଠାରେ ଖନନ ସମୟରେ ଗତ ଏପ୍ରିଲ ୨୯ ତାରିଖରେ ମାଟି ତଳୁ କିର୍ତ୍ତିରାଜି ମିଳିଥିବା କଥା ସ୍ପଷ୍ଟ ହୋଇଛି । ଏକ ପ୍ରାଚୀନ ସିଂହ ମୂର୍ତ୍ତିର ଫଟୋ ସଂଲଗ୍ନ କରି ASI ହାଇକୋର୍ଟଙ୍କୁ ଏନେଇ ଅବଗତ କରାଇଛି।

ତେବେ ଏତେ ବଡ ଖନନ ହୋଇଥିବାରୁ ଆହୁରି ଅନେକ ଏପରି ପ୍ରାଚୀନ ମୂର୍ତ୍ତି ମିଳିପାରେ ବୋଲି ସନ୍ଦେହ କରାଯାଉଛି। ତେଣୁ ଏଏସଆଇର ସୁପରିଟେଣ୍ଡେଣ୍ଟ ଏବଂ ତାଙ୍କ ଟିମ୍ ଖନନ ସ୍ଥାନରେ ପହଞ୍ଚି ତନ୍ନ ତନ୍ନ କରି ଯାଞ୍ଚ କରୁଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com