ଓଡ଼ିଶା

ରାଜ୍ୟରେ ବିଜୁଳି ସମସ୍ୟା ନାହିଁ ବୋଲି ଶକ୍ତି ମନ୍ତ୍ରୀ କହିବା ହାସ୍ୟାସ୍ପଦ : ମୋହନ ମାଝୀ

ଭୁବନେଶ୍ବର: ମୁଲତବୀ ପ୍ରସ୍ତାବ ଆଲୋଚନାରେ ଭାଗନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ, ସରକାରଙ୍କ ସମ୍ମାନ ବଞ୍ଚାଇବା ପାଇଁ ଶକ୍ତି ମନ୍ତ୍ରୀ ଗୃହରେ ଅସତ୍ୟ କହିଛନ୍ତି। ରାଜ୍ୟରେ ବିଜୁଳି ସମସ୍ୟା ନାହିଁ ବୋଲି ଶକ୍ତି ମନ୍ତ୍ରୀ କହିବା ହାସ୍ୟାସ୍ପଦ। ତେଲେଙ୍ଗାନା, ଝାଡ଼ଖଣ୍ଡ ଭଳି ରାଜ୍ୟରେ ଓଡ଼ିଶାଠାରୁ ଶସ୍ତାରେ ବିଜୁଳି ମିଳୁଛି । କେବଳ ଶସ୍ତାରେ ମିଳୁନି ନିରବଚ୍ଛିନ୍ନ ଭାବରେ ମିଳୁଛି‌। ବିଦ୍ୟୁତ ସଂସ୍କାର ପାଇଁ ଦିଆଯାଇଥିବା ୨୦ହଜାର କୋଟି ଟଙ୍କା କୁଆଡେ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

ଓଡ଼ିଶାରେ ଆଦାୟ ହେଉଥିବା ବିଦ୍ୟୁତ ବିଲ୍ ଜାତୀୟ ରେଟ୍‌ଠାରୁ ଅଧିକ ।  ଜାତୀୟ ହାର ୫.୧୧ ଥିବାବେଳେ ରାଜ୍ୟରେ ୫.୨୨ ପଇସା ରହିଛି ।  ବିଦ୍ୟୁତ ଉତ୍ପାଦନ ପାଇଁ ଅନୁକୂଳ ପରିବେଶ ଥିବା ସତ୍ତ୍ବେ ଉପଭୋକ୍ତା ଚଢା ଦରରେ କିଣୁଛନ୍ତି । ପରିଚାଳନା ଗତ ବିଭ୍ରାଟ ଯୋଗୁଁ ହଜାର ହଜାର କୋଟି ଟଙ୍କାର କ୍ଷତି ଗ୍ରାହକଙ୍କ ଉପରେ ଲଦି ଦିଆଯାଉଛି। ୨୦୦୦ରୁ ୨୦୨୧ ଭିତରେ ୧୩୭ ପ୍ରତିଶତ ବିଜୁଳି ଦର ବୃଦ୍ଧି ପାଇଛି ।

ରାଜ୍ୟରେ ବିଜୁଳି ସମସ୍ୟା ନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ପ୍ରତିକ୍ରିୟା ରଖିଛନ୍ତି । ଛତିଶଗଡ଼, ଦିଲ୍ଲୀ ଟିକେ ବୁଲିକି ଦେଖନ୍ତୁ ସରକାର ସେଠି କେମିତି ବିଜୁଳି ବିଲ୍ ଆଦାୟ କରାଯାଉଛି। ଦିଲ୍ଲୀ ଓ ପଞ୍ଜାବରେ ମାଗଣା ବିଜୁଳି ଦିଆଯାଉଛି । ଆମର ବିଜୁଳି ଉତ୍ପାଦନ ହେଉଥିଲେ ମଧ୍ୟ ୟୁନିଟ୍ ପିଛା ଅଧିକ ଟଙ୍କା ନିଆଯାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com