ଓଡ଼ିଶା

ଅପରାଜିତାଙ୍କ ବିରୋଧରେ ଆଇନ୍ ଭାଙ୍ଗ ଅଭିଯୋଗ, କାର୍ଯ୍ୟନୁଷ୍ଠାନ ନେବାକୁ ଦାବି

ପୁରୀ() ପୁରୀ ଗସ୍ତରେ ଆସିଥିବା ସାଂସଦ ଅପରାଜିତା ଷଡଙ୍ଗୀ ପ୍ରଶାସନର ନୀୟମ ଉଲଘଂନ କରିଥିବା ହେତୁ ତାଙ୍କ ନାମରେ ପୁରୀ ଟାଉନ ଥାନାରେ ଶ୍ରୀକ୍ଷେତ୍ର ବିକାଶ ମଞ୍ଚ ପକ୍ଷରୁ ଏତଲା ଦିଆଯାଇଛି । ଏଏସଆଇ ଙ୍କ ଅନୁମତି ବିନା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଚାଲିବା ପ୍ରସଙ୍ଗକୁ ନେଇ ଅପରାଜିତା ଷଡଙ୍ଗୀ ବିରୋଧ କରି ବୁଧବାର ପୁରୀ ବଡ଼ଦାଣ୍ଡରେ ପଦଯାତ୍ରା କରିଥାନ୍ତେ ।

ହେଲେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ଏହି ପଦଯାତ୍ରା ପାଇଁ ପୁରୀ ଜିଲାପାଳ ସମର୍ଥ ବର୍ମା ଅନୁମତି ଦେଇ ନ ଥିଲେ । ତେବେ ଆଇନ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ପୁରୀ ପୋଲିସ ସାଂସଦ ଅପରାଜିତା ଷଡ଼ଙ୍ଗୀ ବିରୋଧରେ ଆଇନ ଗତ କାର୍ଯ୍ୟନୁଷ୍ଠାନ ନେବାକୁ ଶ୍ରୀକ୍ଷେତ୍ର ବିକାଶ ମଞ୍ଚ କର୍ମକର୍ତ୍ତା ଦାବି କରିଛନ୍ତି । ବିଜୁ ଯୁବ ଜନତା ଦଳର ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ନେତୃତ୍ୱରେ କର୍ମକର୍ତ୍ତାମାନେ ଏକାଠି ହୋଇ ପୁରୀ ଥାଉନ ଥାନାଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com