ଓଡ଼ିଶା

ବିଧାନସଭାରେ ମୌସୁମୀ ଅଧିବେଶନ, ଆଜି ପ୍ରଥମ ଦିନରେ ଆସିବ ପୂର୍ଣ୍ଣାଙ୍ଗ ବଜେଟ

ଭୁବନେଶ୍ୱର,୦୨/୦୭/୨୨ : ଶନିବାର ଠାରୁ କୋଭିଡ କଟକଣା ମଧ୍ୟରେ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ। ଆଜି ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ପୂର୍ଣ୍ଣାଙ୍ଗ ବଜେଟରେ ଆସିବ ବର୍ଷକର ଆୟବ୍ୟୟର ସ୍ପଷ୍ଟ ଚିତ୍ର । ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ସରକାର ଗତ ମାର୍ଚ୍ଚ ମାସରେ ପୂର୍ଣ୍ଣାଙ୍ଗ ବଜେଟ୍ ଆଣି ପାରିନଥିବାରୁ ୧ ଲକ୍ଷ ୬ ହଜାର ୪୯୮ କୋଟି ଟଙ୍କାର କାମଚଳା ବଜେଟ୍ ଆଗତ କରାଯାଇଥିଲା । ମାତ୍ର ଏଥରର ପୂର୍ଣ୍ଣାଙ୍ଗ ବଜେଟ ୨ ଲକ୍ଷ ୧୦ ହଜାର କୋଟି ଟପିବ ବୋଲି ଆକଳନ କରାଯାଉଛି । ଗତବର୍ଷ ତୁଳନାରେ ଚଳିତ ବର୍ଷ ବଜେଟ ପ୍ରାୟ ୧୭ ପ୍ରତିଶତ ବୃଦ୍ଧି ପାଇବ । ଏଥରର ପୂର୍ଣ୍ଣାଙ୍ଗ ବଜେଟରେ ଭିତ୍ତିଭୂମି, ପର୍ଯ୍ୟଟନ, ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ସୃଷ୍ଟି ସହ ଜନକଲ୍ୟାଣ ଯୋଜନା ଉପରେ ଗୁରୁତ୍ୱ ଦିଆଯିବ । ଏଥର ଏକ ଲୋକାଭିମୁଖୀ ବଜେଟ୍ ହେବ ବୋଲି ଆଶା କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com