ଓଡ଼ିଶା

ଘରକୁ କାଶ୍ମୀର ବନାଇଦେବ ପୁରୁଣା କୁଲର୍! ଆପଣାନ୍ତୁ ଏହି ୫ଟି ଟ୍ରିିକ୍

ନୂଆଦିଲ୍ଲୀ: ଖରା ଦିନ ପାଖେଇ ଆସୁଛି । ଗରମରୁ ମୁକ୍ତି ପାଇବା ପାଇଁ ଏବେ ଲୋକମାନେ ଏସି ଓ କୁଲର୍ ଉପରେ ନିର୍ଭର କରିବେ । ଭାରତରେ ଅଧିକାଂଶ ଲୋକ କୁଲର୍ ର ବ୍ୟବହାର କରନ୍ତି । ଅନେକ ଲୋକ ଏପରି ରହିଛନ୍ତି ସେମାନଙ୍କ ଘରେ ପୁରୁଣା କୁଲର୍ ହିଁ ଚାଲିଛି । ତାକୁ ସଜାଡି ଲୋକମାନେ ବର୍ଷ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିଥାନ୍ତି । ଏହି କ୍ରମରେ କିଛି ଜଣ ଅଭିଯୋଗ କରନ୍ତି ଯେ, ବାରମ୍ବାର ରିପାୟାର୍ କରିବା ପରେ ବି କୁଲର୍ ଥଣ୍ଡା ପବନ ଦିଏ ନାହିଁ । ତେଣୁ ସେମାନେ ନୂଆ କଲର୍ ଆଣିବା ନେଇ ଚିନ୍ତା କରୁଛନ୍ତି । ହେଲେ କମ୍ ବଜେଟ୍ କାରଣରୁ ପୁରୁଣା କୁଲର୍ ହିଁ ଚଲାଇବାକୁ ପଡେ । ଯଦି ଆପଣ ବି ଏହି ସମସ୍ୟା ଦେଇ ଗତି କରୁଛନ୍ତି ତାହେଲେ ଆମେ ଆପଣଙ୍କୁ ୫ଟି ଉପାୟ କହିବୁ ଯେଉଁଥିରେ ଆପଣଙ୍କ ପୁରୁଣା କୁଲର୍ ଏକଦମ୍ ଏସି ପରି ଥଣ୍ଡା ପବନ ଦେବ ।
ସିଧା ଖରା ଆଗରେ ରଖନ୍ତୁ ନାହିଁ:
ଲୋକମାନେ କୁଲର୍ ଆଣିବା ବେଳେ ଗୋଟିଏ ବଡ଼ ଭୁଲ୍ କରିଥାନ୍ତି । କୁଲର୍ କୁ ଅଧିକ ଖରା ପଟକୁ ରଖିଥାନ୍ତି । ଏହା ଫଳରେ ଥଣ୍ଡା ପବନ ମିଳିପାରିନଥାଏ । କୁଲର୍ କୁ ଏପରି ସ୍ଥାନରେ ରଖନ୍ତୁ ଯେଉଁଠାରେ ବେଶି ଖରା ପଡ଼ୁନଥିବ ।

Related Articles

Back to top button
WP Twitter Auto Publish Powered By : XYZScripts.com