ଓଡ଼ିଶା

ବେଆଇନ ଲିଙ୍ଗ ନିରୂପଣ କ୍ଳିନିକର ସୂଚନା ଦେଲେ ମିଳିବ ୨୫୦୦୦, ଗୋପନ ରହିବ ସୂଚନାପ୍ରଦାକାରୀଙ୍କ ସମସ୍ତ ତଥ୍ୟ

ରାଜ୍ୟରେ ବେଆଇନ ଲିଙ୍ଗ ନିରୂପଣ ରୋକିବା ଲାଗି ସରକାର ନୂଆ ପଦକ୍ଷେପ ନେଇଛନ୍ତି। ଏହି ବେଆଇନ୍ କାର୍ଯ୍ୟରେ ଲିପ୍ତଥିବା କ୍ଲିନିକ୍ ସଂପର୍କରେ ସୂଚନା ଦେଲେ ସୂଚନାକାରୀଙ୍କୁ ୨୫ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ୩ଟି କିସ୍ତିରେ ସୂଚନା ପ୍ରଦାନକାରୀଙ୍କୁ ଟଙ୍କା ମିଳିବ। କେବଳ ପ୍ରୋତ୍ସାହନ ରାଶି ନୁହେଁ, ତାଙ୍କର ସମସ୍ତ ତଥ୍ୟକୁ ଗୋପନୀୟ ରଖାଯିବା ସହିତ ଆଇନଗତ ମାମଲାରେ ମଧ୍ୟ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ରାଜ୍ୟବ୍ୟାପୀ ବହୁ ସଂଖ୍ୟାରେ ସ୍ତ୍ରୀରୋଗ କ୍ଲିନିକ୍ ଓ ହସ୍ପିଟାଲ ଖୋଲିଛି। ଏମାନଙ୍କ ମଧ୍ୟରୁ କେଉଁ ସ୍ବାସ୍ଥ୍ୟାନୁଷ୍ଠାନ ଗୁଡ଼ିକ ବେଆଇନ ଲିଙ୍ଗ ନିରୂପଣ କାର୍ଯ୍ୟରେ ଲିପ୍ତ ଅଛନ୍ତି ସେମାନଙ୍କୁ ଚିହ୍ନଟ କରିବା ସମ୍ଭବ ହେଉନାହିଁ । ଏଭଳି ବେଆଇନ କ୍ଲିନିକ୍‌ମାନଙ୍କୁ ଚିହ୍ନଟ କରିବା ଲାଗି ରାଜ୍ୟ ସରକାର କିଛିବର୍ଷ ପୂର୍ବରୁ ଅପରେସନ୍‌ ‘ଡିକୟ’ ଆରମ୍ଭ କରିଥିଲେ । ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀଙ୍କ ସୂଚନା ଅନୁସାରେ, ରାଜ୍ୟରେ ହଜାରେ ପୁଅଙ୍କ କ୍ଷେତ୍ରରେ ୮୯୪ ଜଣ ଝିଅ ରହିଛନ୍ତି। ତେଣୁ ଝିଅଙ୍କ ସଂଖ୍ୟା କମୁଛି। ବେଆଇନ୍ ଭାବେ ଲିଙ୍ଗ ନିରୂପଣ କରୁଥିବା କ୍ଲିନିକ୍ ସମ୍ପର୍କରେ ସୂଚନା ପାଇବା କଷ୍ଟକର ହେଉଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। କିଛି ଦିନ ପୂର୍ବେ ରାଜ୍ୟରେ ବେଆଇନ୍ ଲିଙ୍ଗ ନିରୂପଣ କାର୍ଯ୍ୟରେ ଲିପ୍ତ ଥିବା ୨ ଜଣ ଡାକ୍ତରଙ୍କୁ ଦଣ୍ଡିତ କରାଯାଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com