ଓଡ଼ିଶା

ବୁଧବାର ପର୍ଯ୍ୟନ୍ତ ପ୍ରବଳ ଶୀତ

ଭୁବନେଶ୍ୱର, ୧୯/୧୨/୨୦୨୨-    ଶୀତରେ ଥରୁଛି ସାରା ଓଡ଼ିଶା । ସନ୍ଧ୍ୟା ୭ ଟା ପରେ ରାତି ତାପମାତ୍ରା ହ୍ରାସ ପାଉଛି । ବୁଧବାର ପର୍ଯ୍ୟନ୍ତ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ କମିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ରବିବାର ରାୟଗଡ଼ା, ଗଜପତି, କଳାହାଣ୍ଡି, କନ୍ଧମାଳ, କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିଥିଲାବେଳେ ସୋମବାର ମଧ୍ୟ ବିଭିନ୍ନ ସ୍ଥାନରେ କୁହୁଡ଼ି ହେବାର ସମ୍ଭାବନା ରହିଛି । ୭ ଡିଗ୍ରୀ ତାପମାତ୍ରା ସହିତ ଜି. ଉଦୟଗିରି ସବୁଠାରୁ ଥଣ୍ଡା ଅଞ୍ଚଳ ରହିଛି । ସେହିଭଳି କିରେଇରେ ୮ ଡିଗ୍ରୀ, ଝାରସୁଗୁଡ଼ାରେ ୯.୨ ଡିଗ୍ରୀ, ଫୁଲବାଣୀରେ ୧୦.୦୫ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୧୩ଡିଗ୍ରୀ, କଟକରେ ୧୩.୪ଡିଗ୍ରୀ ଓ ଭୁବନେଶ୍ୱରରେ ୧୩.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଶୀତ ଦଉରୁ ରକ୍ଷା ପାଇବାକୁ ବିଭିନ୍ନ ସ୍ଥାନରେ ଲୋକେ ନିଆଁରେ ଶେକି ହେଉଥିବା ଦେଖିବାକୁ ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com