ଓଡ଼ିଶା

ଥାନାରୁ ୩ ଅଭିଯୁକ୍ତ ଫେରାର ଘଟଣା, ୨ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କଲେ ଏସ୍‌ପି

ସମ୍ବଲପୁର : ଧନୁପାଲି ଥାନାରୁ ୩ ଅଭିଯୁକ୍ତ ଫେରାର ଘଟଣାରେ ଆକ୍ସନ । ୨ଜଣ ପୋଲିସ କର୍ମଚାରୀ ନିଲମ୍ବିତ କରାଯାଇଛି । ଅଭିଯୁକ୍ତ ଫେରାର ସମୟରେ ଦାୟିତ୍ବରେ ଥିବା ଡିସିଓ ନିରଂଜନ ପ୍ରଧାନ ଓ କନେଷ୍ଟେବଳ ସତ୍ୟନାରାୟଣ ନାଏକଙ୍କୁ ସମ୍ବଲପୁର ଏସପି ନିଲମ୍ବିତ କରିଛନ୍ତି ।

ଖବର ଅନୁଯାୟୀ.  ଟ୍ରକରୁ ଡିଜେଲ ଚୋରି ଅଭିଯୋଗରେ ପୋଲିସ ଚିତ୍ତି ସମିରା, ଜକି କୁମ୍ଭାର, ଏମଡି ସକିଲକୁ ଗିରଫ କରି କୋର୍ଟ ଚାଲାଣ ନିମନ୍ତେ ଥାନାରେ ରଖିଥିଲା । ହେଲେ ୩ ଜଣ ଯାକ କୌଶଳ କ୍ରମେ ଥାନାରୁ ଫେରାର ମାରିଛନ୍ତି । ଏହାପରେ ଆକ୍ସନ ନେଇଛନ୍ତି ସମ୍ବଲପୁର ଏସ୍‌ପି । ଏହି ଘଟଣାରେ ୨ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com