ଓଡ଼ିଶା

କୋଟିଆରେ ବେଆଇନ ଭାବେ ପଶୁଛି ଆନ୍ଧ୍ର; ସରକାରଙ୍କ ପାଖରେ ନାହିଁ ଖବର

ଭୁବନେଶ୍ୱର, ୧୫/୦୭/୨୦୨୨- କୋଟିଆରେ ଦୀର୍ଘଦିନ ହେଲା ବାରମ୍ବାର ବେଆଇନ ଭାବେ ପଶୁଛି ଆନ୍ଧ୍ର । କେତେବେଳେ ଭତ୍ତା ଦେଉଛି ତ ଆଉ କେତେବେଳେ ଜଙ୍ଗଲ ଜମି ପଟ୍ଟା ଦେଉଛି । ଗଣମାଧ୍ୟମରେ ଏ ଖବର ଅନେକ ଥର ପ୍ରସାରିତ ହୋଇଛି । କିନ୍ତୁ ସରକାରଙ୍କ ପାଖରେ ଏ ନେଇ କିଛି ଖବର ନାହିଁ । ବିଭାଗୀୟ ମନ୍ତ୍ରୀ ଏ ସମ୍ପର୍କରେ କିଛି ବି ଜାଣିନାହାନ୍ତି । ବିରୋଧୀ ଦଳ ଓ କଂଗ୍ରେସ ବିଧାୟକ ଏ ନେଇ ବିଧାନସଭାରେ ପ୍ରଶ୍ନ ଉଠାଉଛନ୍ତି । ଗତକାଲି ବିଧାନସଭାରେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏଭଳି କହିଛନ୍ତି ।  ବିଧାୟକଙ୍କ ପ୍ରଶ୍ନ ଥିଲା- କୋଟିଆ ଗ୍ରାମପୁଞ୍ଜ ସମେତ ଓଡିଶାର ସୀମାନ୍ତବର୍ତୀ ଗାଁ ଲୋକଙ୍କୁ ଆନ୍ଧ୍ର ସରକାର ଭୋଟର ପରିଚୟ ପତ୍ର, ରାସନ କାର୍ଡ, ଜଙ୍ଗଲ ଜମି ପଟ୍ଟା, ଜାତି ପ୍ରମାଣପତ୍ର ଓ ବିଭିନ୍ନ ସରକାରୀ ଯୋଜନାର ସମାନ୍ତରାଳ ସହାୟତା ଦେଉଥିବା ସରକାର ଜାଣନ୍ତି କି, ଯଦି ହଁ ସରକାର କି ପଦକ୍ଷେପ ନେଇଛନ୍ତି ଜଣାନ୍ତୁ । ଉତ୍ତରରେ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଥିଲେ, ଏଭଳି କିଛି ଦୃଷ୍ଟିଗୋଚର ହୋଇନାହିଁ । ଜଣାପଡିଲେ କାର୍ଯ୍ୟାନୁଷ୍ଠାନ ହେବ । କୋଟିଆ ସମ୍ପର୍କରେ ସରକାରଙ୍କ ଏଭଳି ଉତ୍ତର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯାହାକୁ ନେଇ ଆଜି ଶୂନ୍ୟକାଳରେ ଉଦବେଗ ପ୍ରକାଶ କରିଥିଲେ ଉଭୟ ଶାସକ ଓ ବିରୋଧୀ । ଏପରିକି ଶାସକ ଦଳ ବିଧାୟକ ଅମର ଶତପଥୀ  କୋଟିଆରେ କଣ ସ୍ଥିତି ରହିଛି ଏନେଇ ମନ୍ତ୍ରୀ ଗୃହରେ ଉତ୍ତର ରଖନ୍ତୁ ବୋଲି କହିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com