ଓଡ଼ିଶା

“ଉତ୍କଳ ଗୌରବ ଆମ ବ୍ରହ୍ମପୁର” ନାମରେ ସଙ୍ଗୀତ ପ୍ରସ୍ତୁତ

ବ୍ରହ୍ମପୁର, ୨୮/୦୭/୨୦୨୨- “ଉତ୍କଳ ଗୌରବ ଆମ ବ୍ରହ୍ମପୁର” ନାମରେ ଏବଂ ସଙ୍ଗୀତର ଭିଡିଓ ସହ ରେକର୍ଡିଂ କାର୍ଯ୍ୟକ୍ରମ କଟକସ୍ଥିତ ପ୍ରତିଭା ଷ୍ଟୁଡିଓ ପରିସରରେ ଆୟୋଜନ ହୋଇଛି । ବ୍ରହ୍ମପୁର ମହାନଗର ସଂସ୍କୃତିକୁ ନେଇ ଏକ ଦେଶାତ୍ମବୋଧକ ସଙ୍ଗୀତ ରଚନା କରାଯାଇଛି । ଏଥିରେ ଗଞ୍ଜାମ ତଥା ବ୍ରହ୍ମପୁରର ବହୁ ପ୍ରତିଷ୍ଠିତ ସଙ୍ଗୀତଜ୍ଞ ଅଭିଜିତ ମଜୁମଦାର, ପ୍ରତିଭା ପ୍ରଧାନ ଓ ପମୀ ମଧ୍ୟ କଣ୍ଠଦାନ କରିଛନ୍ତି । ବ୍ରହ୍ମପୁରର ଗୁରୁ ବିଭୂଦତ୍ତ ନାୟକ, ପ୍ରଭାତ ପାତ୍ର, ଡାକ୍ତର ଚନ୍ଦନ ଗନ୍ତାୟତ, ଡାକ୍ତରଅର୍ପିତା ପଣ୍ଡା, ରାଜା ବେହେରା, ପ୍ରୀତିରଞ୍ଜନ ପ୍ରଧାନ, ମୋନାଲିସା ପାଲ, ଶୀତଲ୍ କବି, ଶିବ ଶଙ୍କର ଷଡଙ୍ଗୀ,  ଲୋକନାଥ ମହାରଣା ଓ ପ୍ରବିନ୍ କୁମାର ପ୍ରମୁଖ ଅତି ସୁନ୍ଦର ଭାବେ ବ୍ରହ୍ମପୁର ସହରକୁ ନେଇ ପ୍ରସ୍ତୁତ ହୋଇଥିବା ସଙ୍ଗୀତ ଆଲବମରେ କଣ୍ଠଦାନ କରିଛନ୍ତି । ଏଥିରେ ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇ ଏବଂ ଗାୟକ ତଥା ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାଷ ମହାରଣା ମଧ୍ୟ କଣ୍ଠଦାନ କରିବା ପାଇଁ ରେକର୍ଡିଂ ଜାରି ରହିଛି । ସାଇ ଆୟୁଷ କ୍ରିଏସନ୍ ତରଫରୁ ଗାୟିକା ତଥା ପ୍ରଯୋଜିକା ଲିଲି ମହାରଣାଙ୍କ ମୁଖ୍ୟ ପରିଚାଳନାରେ ଏହି ସଙ୍ଗୀତ ମୁକ୍ତିଲାଭ କରିବାର କାର୍ଯ୍ୟକ୍ରମ ରହିଛି । ଏହି ସଙ୍ଗୀତ ବ୍ରହ୍ମପୁର ସମେତ ଗଞ୍ଜାମ ଜିଲ୍ଲାରେ ଅଧିକ ଲୋକପ୍ରିୟ ହେବା ସହ ସମସ୍ତଙ୍କ ମନକୁ ଛୁଇଁବ ବୋଲି ଆଶା ରଖିଛନ୍ତି ଲିଲି । ପ୍ରବୀଣ କୁମାର ଏହି ସଙ୍ଗୀତର ରଚନା କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନାରେ ଲିପୁନ୍ ଦାସ ସହଯୋଗ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com