ଓଡ଼ିଶା

ପଞ୍ଚାୟତ ନିର୍ବାଚନ ପାଇଁ କଟକଣା କୋହଳ, ୩ ଶହ ଲୋକଙ୍କୁ ନେଇ ହୋଇପାରିବ ସଭା

ଭୁବନେଶ୍ୱର : ସରିଲା ନିର୍ବାଚନ କମିଶନଙ୍କ ସମୀକ୍ଷା ବୈଠକ । କୋହଳ ହେଲା ପ୍ରଚାର କଟକଣା । ରାଜ୍ୟ ନିର୍ବାଚନ କମିଶନର ଏନେଇ ପ୍ରେସ୍‌ମିଟ୍‌ ଜରିଆରେ ସୂଚନା ଦେଇଛନ୍ତି ।
ଖବର ଅନୁଯାୟୀ, ପଞ୍ଚାୟତ ନିର୍ବାଚନର ପରିଚାଳନା ଓ କୋଭିଡ଼ କଟକଣାର ଅନୁପାଳନ ନେଇ ଆଜି ଜିଲ୍ଲାପାଳଙ୍କ ସହ ରାଜ୍ୟ ନିର୍ବାଚନ କମିଶନର ବୈଠକ ବସିଥିଲା । ଭର୍ଚୁଆଲ୍‌ ମାଧ୍ୟମରେ ବସିଥିବା ଏହି ବୈଠକରେ ସମସ୍ତ ଜିଲ୍ଲାପାଳମାନ ଉପସ୍ଥିତ ରହିଥିଲେ । ଆଜିର ଏହି ସମୀକ୍ଷା ବୈଠକ କେତେକ କଟକଣାକୁ କୋହଳ କରାଯାଇଛି ।  ତେବେ କୋହଳ ହୋଇଥିବା କଟକଣା ଗୁଡିକ ହେଉଛି ଯଥାକ୍ରମେ- ରାଜନୈତିକ ସଭାକୁ ଅନୁମତି ଦିଆଯାଇଛି । ୩ଶହ ଲୋକଙ୍କୁ ନେଇ ସଭା ଏବଂ ୫ ଜଣ ବଦଳରେ ୨୦ ଜଣଙ୍କୁ ନେଇ କରିପାରିବେ ଡୋର ଟୁ ଡୋର କ୍ୟାମ୍ପେନିଂ । ଆଉଟ ଡୋର ମିଟିଙ୍ଗକୁ ନେଇ ନିର୍ବାଚନ କମିଶନ ଗ୍ରୀନ୍‌ ସିଗ୍‌ନାଲ ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com