ଓଡ଼ିଶାରାଜନୀତି

ହିନ୍ଦ ମଜଦୁର ସଭାର ଯୁବ କନଭେନସନ ଅନୁଷ୍ଠିତ

ବ୍ରହ୍ମପୁର, ୦୫/୦୯/୨୦୨୨-   ହିନ୍ଦ ମଜଦୁର ସଭାର ଯୁବ କନଭେନସନ ରାଜ୍ୟ ଯୁବ ସଭାପତି ବିଜୟ ଭୂଷଣ ପତିଙ୍କ ସଭାପତିତ୍ୱରେ ସ୍ଥାନୀୟ ଇଂଜିନିୟରିଂ ସ୍କୁଲ ଛକ ସ୍ଥିତ ରାଜସ୍ୱ ଡାକ ବଙ୍ଗଳାଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ହିନ୍ଦ ମଜଦୁର ସଭାର ରାଜ୍ୟ ସଭାପତି ସାଥୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରଦୀପ ପ୍ରଜ୍ଜ୍ଵଳନ କରି ଉଦଘାଟନ କରିଥିବା ବେଳେ ନିର୍ମାଣ ଓ ଅନ୍ୟାନ୍ୟ ଶ୍ରମିକ କଲ୍ୟାଣ ବୋର୍ଡ଼ର ଅଧ୍ୟକ୍ଷ ଡ଼ା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଦେଶର ସାମ୍ପ୍ରତିକ ପରିସ୍ଥିତିରେ ଯୁବକମାନେ ହିଁ ବିଶେଷ କାର୍ଯ୍ୟ କରୁଛନ୍ତି ସେ ବିଷୟରେ ରାଜ୍ୟ ସଭାପତି କୃଷ୍ଣଚନ୍ଦ୍ର ପାତ୍ର ଉଲ୍ଲେଖ କରିଥିଲେ । ବର୍ତ୍ତମାନ ଦେଖାଦେଇଥିବା ସମସ୍ୟା ଶ୍ରମିକ ଓ କର୍ମଚାରୀମାନଙ୍କୁ ନେଇ କର୍ମଶାଳାମାନ କରାଯାଇ ସମାଧାନ କରିବା ସହ ଆଗକୁ କିପରି ଶ୍ରମିକ ମାନଙ୍କ ହିତରେ ହିନ୍ଦ ମଜଦୁର ସଭା କାର୍ଯ୍ୟକରିବ ରାଜ୍ୟ ଯୁବ ଶାଖା ସଭାପତି ସାଥୀ ବିଜୟ ଭୂଷଣ ନିଜର ବକ୍ତବ୍ୟ ରଖିଥିଲେ । ରାଜ୍ୟ ସମ୍ପାଦକ ସାଥୀ ରାଜେନ୍ଦ୍ର ଦାଶ ସମ୍ପାଦକୀୟ ବିବରଣୀ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଜଳଯୋଗାଣ କର୍ମଚାରୀ ସଂଘର ସଭାପତି ହୃଷିକେଶ ସେଠୀ, ସମ୍ପାଦକ ବିଜୟ ବେହେରା, ସାଧାରଣ ସମ୍ପାଦକ ମନୋଜ ମହାନ୍ତି, ଓଡ଼ିଶା ମେଡିକାଲ କର୍ମଚାରୀ ସଂଘର ରାଜ୍ୟ ଉପ ସଭାପତି ସାକିର ଖାଁ, ସମ୍ପାଦକ ଶିବପ୍ରସାଦ ମହାନ୍ତି, ପୂଜା ଜେନା, ମମତା ନାୟକ, ଲକ୍ଷ୍ମୀ ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com