ଓଡ଼ିଶା

ରାଜ୍ୟସଭାରେ ପାରିତ ହେଲା ପାରିବାରିକ କୋର୍ଟ ବିଧେୟକ- ୨୦୨୨

ନୂଆଦିଲ୍ଲୀ, ୦୪/୦୮/୨୦୨୨-  ରାଜ୍ୟସଭାରେ ପାରିତ ହୋଇଛି ” ପାରିବାରିକ କୋର୍ଟ ” ବିଧେୟକ ୨୦୨୨ । କେନ୍ଦ୍ରମନ୍ତ୍ରୀ କିରଣ ରିଜ୍ଜୁଙ୍କ ଦ୍ୱାରା ଗୁରୁବାର ଏହି ବିଲ ରାଜ୍ୟସଭାରେ ଉପସ୍ଥାପିତ କରାଯାଇଥିଲା । ପାରିତ ହୋଇଥିବା ବିଧେୟକ ମୁତାବକ ୧୯୮୪ ମସିହାରୁ ସଂଶୋଧନ କରାଯିବ । ଏହି ଆଇନ ବଳରେ ରାଜ୍ୟ ସରକାରମାନଙ୍କୁ ” ପାରିବାରିକ କୋର୍ଟ ” ସ୍ଥାପନ କରିବାକୁ ଅନୁମତି ମିଳିବ । ସଂଶୋଧିତ ଆଇନ ମୁତାବକ ଅନେକ ରାଜ୍ୟରେ ଏହି ଆଇନ ପ୍ରଣୟନ ତାରିଖକୁ ସୂଚିତ କରିବାର କ୍ଷମତା କେନ୍ଦ୍ର ସରକାରଙ୍କ ପାଖରେ ରହିବ । ୨୦୧୯ ଫେବୃଆରୀ ୧୫ ତାରିଖରୁ ହିମାଚଳ ପ୍ରଦେଶରେ ” ପାରିବାରିକ କୋର୍ଟ ” ସ୍ଥାପିତ କରିବା ପାଇଁ ଫ୍ୟାମିଲି କୋର୍ଟ ଆକ୍ଟ ୧୯୮୪ ର ସଂଶୋଧନ କରିବାକୁ ଦାବି କରାଯାଉଥିଲା । ଏହି ବିଧେୟକ ନାଗାଲାଣ୍ଡରେ ୨୦୦୮ ସେପ୍ଟେମର ୧୨ ତାରିଖରୁ କାର୍ଯ୍ୟକାରୀ ହେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com