ଓଡ଼ିଶା

ରାଜ୍ୟରେ ଖୁବଶୀଘ୍ର ଗଠନ ହେବ ଆଣ୍ଟି ରାଗିଂ ସ୍କ୍ୱାଡ୍

ଭୁବନେଶ୍ୱର, ୧୫/୦୭/୨୦୨୨- ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି ।  ଏଭଳି ସ୍ଥିତିରେ ଶିକ୍ଷାନୁଷ୍ଠାନ ମଧ୍ୟରେ ରାଗିଂ ରୋକିବାକୁ ରାଜ୍ୟ ସରକାର କଠୋର ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ଏନେଇ ଜିଲ୍ଲାପାଳମାନଙ୍କ ସହାୟତା ଲୋଡ଼ାଯିବା ସହ ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟରେ ଖୁବଶୀଘ୍ର ଆଣ୍ଟି ରାଗିଂ ସ୍କ୍ୱାଡ୍ ଗଠନ କରାଯାଇ ହେଲପ୍ ଲାଇନ୍ ନମ୍ବର ଜାରି କରାଯିବ । ଯଦି କୌଣସି ଛାତ୍ରୀଛାତ୍ରୀ ରାଗିଂର ଶିକାର ହୁଅନ୍ତି, ତେବେ ସେ ହେଲପ୍ ଲାଇନ ନମ୍ବରରେ ଯୋଗାଯୋଗ କରିପାରିବେ । ଅଭିଯୋଗ ପାଇବା ପରେ ନିକଟସ୍ଥ ଆଣ୍ଟି ରାଗିଂ ସ୍କ୍ୱାଡ୍ ଉକ୍ତ ଶିକ୍ଷାନୁଷ୍ଠାନ ଉପରେ ଚଢ଼ାଉ କରିବେ ଚଢ଼ାଉ ସମୟରେ ଯଦି କୌଣସି ଛାତ୍ରଛାତ୍ରୀ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ସଙ୍ଗେସଙ୍ଗେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । । ଏହି ସ୍କ୍ୱାଡରେ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହ ପୋଲିସ ସାମିଲ ରହିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com