Breaking NewsFeaturedଭାଇରାଲ୍ ଭିଡିଓ

କଂଗ୍ରେସ ବିଧାୟକଙ୍କୁ ଘରୁ ଉଠାଇନେଲା ପୁଲିସ

କଂଗ୍ରେସ ବିଧାୟକଙ୍କୁ ଘରୁ ଉଠାଇନେଲା ପୁଲିସ । ୮ ବର୍ଷ ତଳର ମାମଲାରେ ଖୋଳତାଡ କରି ଗିରଫ କରିଛି ପୁଲିସ । ଗୁରୁବାର ଭୋରୁ ଭୋରୁ କଂଗ୍ରସ ନେତା ସୁଖପାଲ ସିଂ ଖୈରାଙ୍କୁ ଘରୁ ଉଠାଇ ନେଇଛି ପୁଲିସ । ୨୦୧୫ରେ ଦାୟର ହୋଇଥିବା ଏକ ଡଗ ମାମଲାରେ ସୁଖପାଲଙ୍କୁ ପଞ୍ଜାବ ପୁଲିସ ତାଙ୍କ ଚଣ୍ଡିଗଡ ସ୍ଥିତ ବାସଭବନରେ ଚଢାଉକରି ଗିରଫ କରିଛି । ନାର୍କୋଟିକ ଡ୍ରଗ ଆଣ୍ଡ ସାଇକ୍ରୋଟ୍ରପିକ ସବଷ୍ଟାନଓ ଆଇନ ଅନୁଯାୟୀ ତାଙ୍କ ନାମରେ ଏହି ପୁରାତନ ମାମଲାଟି ରିୁଜୁ କରାଯାଇଥିଲା । ଯେଉଁଥିପାଇଁ ଜଲାଲବାଦ ପୁଲିସ ସୁଖପାଲ ଘରେ ଆଜି ଚଢାଉ କରିଥିଲେ । ଚଢାଉ ବେଳେ ସୁଖପାଲ ନିଜ ଫେସବୁକରେ ଲାଇଭ ଭିଡିଓ କରିଥିଲେ । ତାଙ୍କ ପରିବାରର କେହି ଜଣେ ସଦସ୍ୟ ଲାଇଭ ଭିଡିଓ କରିଥିବା ବେଳେ, ଏହି ଭିଡିଓରେ ସେ ପୁଲିସ ଅଧିକାରୀଙ୍କ ସହତ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଛି ।

ଏହା ସହ ସୁଖପାଲ ସିଂ ଖୈର ପୁଲିସକୁ ଗିରଫ ପରୱାନା ଓ ତାଙ୍କୁ ଗିରଫ କରାଯିବାର କାରଣ ପଚାରୁ ଥିବା ଶୁଣିବାକୁ ମିଳିଛି । ସେହିପରି ଜଣେ ପୁଲିସ ଅଧିକାରୀ ନିଜକୁ ଜଲାଲବାଦ ଡିଏସପି ଅଚ୍ଚରୁ ରାମ ଶର୍ମା ବୋଲି ପରିଚୟ ଦେଇ କହୁଛନ୍ତି ଯେ ଗୋଟିଏ ପୁରୁଣା ଏନଡିପିଏସ ମାମଲାରେ ତାଙ୍କୁ ଗିରଫ କରାଯାଉଛି । କିନ୍ତୁ ଏହି ମାମଲାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିବା କଥା କହି ଖୈର ଗିରଫଦାରିକୁ ବିରୋଧ କରୁଛନ୍ତି । ଯୁକ୍ତିତର୍କ କରି ସେ ଆହୁରି ମଧ୍ୟ କହୁଛନ୍ତି ଯେ ଏଥିରେ ରାଜନୈତିକ ୁଦେ୍ଦଶ୍ୟ ନିହିତ ଅଛି । ତେବେ ପରିବାର ଲୋକଙ୍କ ପ୍ରତିରୋଧ ସତ୍ତ୍ୱେ ସାଦା ପୁଲିସ କର୍ମଚାରୀମାନେ ଖୈରାଙ୍କୁ ହାଜତକୁ ନେଇଯାଇଛନ୍ତି । ସୁଖପାଲ ସିଂଙ୍କୁ ଗିରଫ ପଛରେ ମୁଖ୍ୟମନ୍ତ୍ରୀ ଭଗବତ ମାନ ଏବଂ ତାଙ୍କ ଦଳର ସଡଯନ୍ତ୍ର ବୋଲି କହିଛନ୍ତି ପୁଅ ମେହେତବ ସିଂ ।

ସେ କହିଛନ୍ତି ତାଙ୍କ ପିତା ସୁଖପାଲ ସିଂ ଭଗବତ ମା ଏବଂ ତାଙ୍କ ଦଳର ନେତାଙ୍କ ମଦ୍ୟପ ଚେହେରାକୁ ଆଗକୁ ଆଣିଥିଲେ । ସେ ସବୁବେଳେ ପଞ୍ଜାବରେ ଡ୍ରଗ୍ସ ସେବନ ଦ୍ୱାରା ମୃତୁ୍ୟ ବରଣ କରିଥିବା ଲୋକଙ୍କ ପରିବାର ପାଖରେ ଛିଡା ହୋଇଥାନ୍ତି । ହେଲେ ତାହଅକୁ ।ଜି ଏଥିପାଇଁ ଗିରଫ କରାଯାଇଛି କାରଣ ସେ ସରକାରଙ୍କ ବିରୋଧରେ କଥା କୁହନ୍ତି । ଆଉ ସବୁଠୁ ବବ କଥା ହେଉଛି ଏହା ହେୁଛି ମୋ ବାପାଙ୍କର ୫ ବର୍ଷରେ ଦ୍ୱିତୀୟ ଗିରଫ । ୨୦୧୫ରେ ହୋଇଥିବା ଏକ ମାମଲାରେ ତାଙ୍କୁ ଆଜି ଗିରଫ କରାଯାଛି । ଏମିତି କି ଯେଉଁ ମାମଲାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି ।

ସେପଟେ ପଞ୍ଜାବ ପ୍ରଦଶେ କଂଗ୍ରେସ ସଭାପତି ଅମରେନ୍ଦ୍ର ସିଂ ନିଜ ସୋସିଆଲ ମିଡିଆରେ ପୋଷ୍ଟ ଆପ ସରକାର ଉପରେ ବର୍ଷିଛନ୍ତି । ଅମରେନ୍ଦ୍ର ଲେଖିଛନ୍ତି ପଞ୍ଜାବ କଂଗ୍ରେସ ବିଧାୟକ ସୁଖପାଲ ସିଂ ଖୈରାଙ୍କ ଗିରଫ ପଛର କାରଣ ହେଉଛି ବିରୋଧୀଙ୍କୁ ଭୟଭିତ କରିବାର ପ୍ରୟାସ ଏବଂ ମୂଳ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ଆପ ସରକାରଙ୍କ ଏହା ହେୁଛି କେ ଷଡଯନ୍ତ୍ର । ଆମେ ସମସ୍ତେ ସୁଖପାଲ ଜିଙ୍କ ସହିତ ରହିଛୁ ଏବଂ ଏହି ଲଢେଇକୁ ଶେଷ ପର୍ଯ୍ୟନ୍ତ ନେଇଯିବୁ । ତେବେ ଏଠି କହିରଖୁଛୁ ଯେ ସୁଖପାଲଙ୍କ ଉପରେ ଏହା ପୂର୍ବରୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଏହି ମାମଲାରେ ପୂର୍ବରୁ ମଧ୍ୟ ଇଡି ପଚରାଉଚରା ପାଇଁ ଡକେଇଥିଲା । ଏବଂ ସେହିଠାରେ ହି ତାହଅକୁ ଗିରଫ କରାଯାଇଥିଲା । ଇଡି ସେତେବେଳେ ଅଭିଯୋଗ କରିଥିଲା ଯେ ସୁଖପାଲ ଡ୍ରଗ୍ସ ଏବଂ ଜାଲ ପାସପୋର୍ଟ ର୍ୟାକେଟର ସହଯୋଗୀ । ସେହିପରି ସୁଖପାଲଙ୍କ ବିରୋଧରେ ଏହି ମାମଲା ବିଚାରଧିନ ଥିବା ବେଳେ ତାଙ୍କ ନାମରେ ଅର୍ଥ ହେରଫେର କରିଥିବା ଅଭିଯୋଗ ମଧ୍ୟ ହୋଇଥିଲା । ସେହିପରି ସୁଖପାଲ ବର୍ତ୍ତମାନ ଭୋଲାଥ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଅଲ ଇଣ୍ଡିଆ କିଷାନ କଂଗ୍ରସର ଅଧ୍ୟକ୍ଷ ।

Related Articles

Back to top button
WP Twitter Auto Publish Powered By : XYZScripts.com