Breaking NewsFeaturedଭାଇରାଲ୍ ଭିଡିଓ

ଭାଇରାଲ ହେଉଛି ବ୍ରିଟେନ ଦମ୍ପତିଙ୍କ ଯୁଗଳ ଫଟୋ

 

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭାରତ ବ୍ରିଟେନ ପ୍ରଧାନମନ୍ତ୍ରୀ ରୁଷି ସୁନକ ଓ ତାଙ୍କ ପତ୍ନୀ ଅକ୍ଷତାଙ୍କ ସହ ବିଭିନ୍ନ ଯୁଗଳ ଫଟୋ । ବିମାନରେ ଅକ୍ଷତା ମୂର୍ତ୍ତି ସ୍ୱାମୀ ସୁନରଙ୍କ ଟାଇ ବାନ୍ଧିବାଠାରୁ ଆରମ୍ଭ କରି ବର୍ଷାରେ ମନ୍ଦିରକୁ ଯିବା ଏବଂ ଭାରତରୁ ବ୍ରିଟେନ ଗସ୍ତ ସମୟରେ ଫଟୋ ବେସ ଭାଇରାଲ ହେବାରେ ଲାଗିଛି । ବ୍ରିଟେନ ଦମ୍ପତ୍ତିଙ୍କ ସବୁ ଫଟୋ ଗୁଡିକ ମଧ୍ୟ ବେସ ଆକର୍ଷଣୀୟ ହୋଇଛି ।

ଯାହାକୁ ଲୋକମାନେ ବି ଖୁବ ପସନ୍ଦ ମଧ୍ୟ କରୁଛନ୍ତି । ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଭାରତ ଗସ୍ତରେ ଅବସରରେ ବିମାନରେ ଅକ୍ଷତା ମୂର୍ତ୍ତି ସ୍ୱାମୀ ସୁନକଙ୍କ ଟାଇ ଠିକ କରୁଥିବାର ଏକ ଫଟୋ ସେୟାର କରିଥିଲେ । ଅକ୍ଷତା ତାଙ୍କ ଇଣ୍ଟାଗ୍ରାମରେ ଏହି ସୁନ୍ଦର ମୁହୂର୍ତ୍ତର ଫଟୋ ପୋଷ୍ଟ କରିଥିଲେ ।ଏହି ଫଟୋକୁ ବ୍ରିଟେନ ପ୍ରଧାନମନ୍ତ୍ରୀ ରୁଷି ସୁନକ ସେୟାର କରିଥିଲେ ।

ସେହିପରି ଶୁକ୍ରବାର ଅବତରଣର କିଛି ସମୟ ପରେ ସୁନକ ଏବଂ ଅକ୍ଷତା ବ୍ରିଟିସ କାଉନସିଲ ଅଭିମୁଖେ ଯାଇଥିଲେ । ଯେଉଁଠାରେ ସେମାନେ ଛାତ୍ରଛାତ୍ରୀଙ୍କ ସହ କଥା ବର୍ତ୍ତା କରିଥିଲେ । ସେଠାରେ ଛାତ୍ରଛାତ୍ରୀଙ୍କ ସହ କଥାବାର୍ତ୍ତା କରୁଥିବା ବେଳେ ଦମ୍ପର୍ତ୍ତିଙ୍କର ଆଉ ଏକ ଫଟୋ ନିଆଯାଇଥିଲା । ଏହି ଫଟୋ ଗୁଡିକ ସୁନକଙ୍କ ଦ୍ୱାରା ଟ୍ୱିଟରରେ ପୋଷ୍ଟ କରାଯାଇଥିଲା ।

ଏହା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆୟୋଜିତ ବିଶ୍ୱନେତାଙ୍କ ପାଇଁ ରାତ୍ରଭୋଜନ ସମୟରେ ବି ଅନେକ ଫଟୋ ଉଠାଯାଇଥିଲା । ଗୋଟିଏ ଫଟୋରେ ଭାରତୀୟ ପୋଷାକ ପିନ୍ଧିଥିବା ଅକ୍ଷତାଙ୍କୁ ରାତ୍ରଭୋଜନ ପାଇଁ ସ୍ୱାଗତ କରାଯାଉଥିବା ଦେଖିବାକୁ ମିଳିଛି । ଏହି ଫଟୋ ଗୁଡିକ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ସେୟାର କରିଛନ୍ତି । ସେହିପରି ରବିବାର ସକାଳେ ବ୍ରିଟେନ ପ୍ରଧାନମନ୍ତ୍ରୀ ଦମ୍ପତି ପୂର୍ବଦିଲ୍ଲୀର ଅକ୍ଷରଧାମ ମନ୍ଦିର ପରିଦର୍ଶନ କରିଥିଲେ । ଝିପି ଝିପି ବର୍ଷା ଲାଗିରହିବା ସତ୍ୱେ ବି ସେମାନେ ମନ୍ଦିରକୁ ଯାଇ ଭଗବାନଙ୍କ ଦର୍ଶନ କରିଥିଲେ ।

ହେଲେ ମନ୍ଦିରକୁ ଯିବା ସମୟରେ ଉଭୟ ନାଲି ଛତା ତଳେ ଯାଉଥିବାର ଫଟୋ ଉଠାଯାଇଥିଲା । ସେହିପରି ମନ୍ଦିର ଭିତରେ ମଧ୍ୟ ସେମାନେ ଏକାଠି ଆରତି କରୁଥିବାର ଏକ ଫଟୋ ମଧ୍ୟ ଦେଖିବାକୁ ମିଳିଛି । କେବଳ େଇ ଗୋଟେ ନୁହଁ ମନ୍ଦିର ଭିତରେ ଏମିତି ଅନେକ ଗୁଡିଏ ଫଟୋ ଦେଖିବାକୁ ମିଳିଛି । ସେପଟେ ବ୍ରିଟେନ ଫେରିବା ସମୟରେ ମଧ୍ୟ ଉଭୟ ବିମାନ ବନ୍ଦରରେ ଠିଆ ହୋଇ ଫଟୋ ଉଠେଇବା ପାଇଁ ପୋଜ ଦେଇଥିବା କେ ଫଟୋ ମଧ୍ୟ ଭାଇରାଲ ହେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com