Featuredଅନ୍ତର୍ଜାତୀୟଜାତୀୟ

ମନ୍ତ୍ରିମଣ୍ଡଳ ଅଦବଦଳ କଲେ ରିଷି ସୁନକ

ଭାରତୀୟ ବଂଶୋଦ୍ଭବ ଭାବେ ଋଷି ସୁନକ ବ୍ରିଟିଶ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଯାହା ପରେ ସେ ତାଙ୍କ ମନ୍ତ୍ରିମଣ୍ଡଳରେ ଅଦଳବଦଳ କରିଛନ୍ତି । କିଛି ମନ୍ତ୍ରୀ ଇସ୍ତଫା ମଧ୍ୟ ଦେଇଛନ୍ତି । ତେବେ ମନ୍ତ୍ରିମଣ୍ଡଳରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ ସ୍ଥାନ ପାଇଛନ୍ତି । ସେ ହେଉଛନ୍ତି ସୁଏଲା ବ୍ରେଭରମ୍ୟାନ୍, ଯିଏ ସୁନକଙ୍କ ମନ୍ତ୍ରିମଣ୍ଡଳରେ ବ୍ରିଟେନର ନୂଆ ଗୃହମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି । ବ୍ରେଭରମ୍ୟାନ୍ ଲିଜ୍ ଟ୍ରସ ସରକାରରେ ମଧ୍ୟ ଗୃହ ମନ୍ତ୍ରୀ ଥିଲେ । ଅକ୍ଟୋବର ୧୯ ତାରିଖରେ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ । ୪୩ ଦିନ ତଳେ ଟେନ୍ ଡ୍ରାଉନିଂ ଷ୍ଟ୍ରିଟରେ ଲିଜ୍ ଟ୍ରସ ବ୍ରିଟିଶ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ସମୟରେ ବ୍ରେଭରମ୍ୟାନଙ୍କୁ ଗୃହ ମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଥିଲା । ଏବେ ଟ୍ରସଙ୍କ ଇସ୍ତଫା ପରେ ସେ ପୁଣିଥରେ ମନ୍ତ୍ରୀ ପଦରେ ବସିଛନ୍ତି ।୪୨ ବର୍ଷୀୟ ବ୍ରେଭରମ୍ୟାନଙ୍କର ଦୁଇଟି ସନ୍ତାନ ରହିଛି । ତାଙ୍କ ମା’ ତାମିଲନାଡୁରୁ ଏକ ହିନ୍ଦୁ ପରିବାରରୁ ଆସିଥିବା ବେଳେ ବାପା କ୍ରିଷ୍ଟି ଫର୍ଣ୍ଣାଣ୍ଡିଜ୍ ଗୋଆରେ ଜନ୍ମିତ । ତାଙ୍କ ମା’ ମରିସସରୁ ବ୍ରିଟେନ୍ ଆସିଥିବା ବେଳେ ବାପା ୧୯୬୦ରେ କେନିୟାରୁ ଲଣ୍ଡନ ଆସିଥିଲେ । ବ୍ରେଭରମ୍ୟାନ୍ ଜଣେ ବୌଦ୍ଧ ଅନୁଗାମୀ, ଯିଏ ନିୟମିତ ଭାବେ ଲଣ୍ଡନ ବୌଦ୍ଧ କେନ୍ଦ୍ରକୁ ଯାଇ ସଂସଦରେ ଭଗବନା ବୁଦ୍ଧଙ୍କ ଉପଦେଶର ଧମ୍ମପଦ ଗ୍ରନ୍ଥ ଉପରେ ଶପଥ ନେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com