ଜାତୀୟ

ଆଇଫୋନ୍ ୟୁଜରଙ୍କୁ ଝଟ୍‌କା ଦେଲା ଫେସବୁକ୍, ହଠାତ ଗାୟବ ହୋଇଗଲା ଏହି ଫିଚର

ନୂଆଦିଲ୍ଲୀ: ଆଇଓଏସ୍ ପ୍ଲାଟଫର୍ମ ପାଇଁ ଫେସବୁକର ଡାର୍କ ମୋଡ୍ ଇଣ୍ଟରଫେସ୍ ଅନେକ ୟୁଜରଙ୍କ ପାଇଁ ଗାୟବ ହୋଇଯାଇଥିବା ଜଣାପଡିଛି । 9ଟୁ5 ମ୍ୟାକ୍ ଅନୁସାରେ, iOS ପାଇଁ ଫେସବୁକରେ ଡାର୍କ ମୋଡ୍ ବିକଳ୍ପ କୌଣସି ସ୍ପଷ୍ଟୀକରଣ ବିନା ଗାୟବ ହୋଇଯାଇଛି । ଯଦିଓ ଏହା ଏକ ତ୍ରୁଟି ହେବାର ସମ୍ଭାବନା ରହିଛି ଟେକ୍‌ର ବରିଷ୍ଠ ଅଧିକାରୀ ଏହାକୁ ସ୍ବୀକାର କରିନାହାଁନ୍ତି କିମ୍ବା ଏହାର ସମାଧାନ ପାଇଁ କୌଣସି ସମୟସୀମା ପ୍ରଦାନ କରିନାହାନ୍ତି ।

ଡାର୍କ ମୋଡ୍ ସପୋର୍ଟ ହଠାତ ଗାୟବ ହେବା ନେଇ ଅଭିଯୋଗ କରିବା ପାଇଁ ଫେସବୁକ୍ ୟୁଜର ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ବିଟର ଭଳି ଅନ୍ୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମର ସାହାରା ନେଇଛନ୍ତି । ଏଥିରେ ଆଇଓଏସରେ ସିଷ୍ଟମ-ୱାଇଡ୍ ଡାର୍କ ମୋଡ୍ ଟୋଗଲ୍ ପାଇଁ ଫେସବୁକ୍‌ର ସମର୍ଥନ ସାମିଲ ରହିଛି, ଏହାସହ ଇନ୍-ଆପ୍ ଡାର୍କ ମୋଡ୍ ଟୋଗଲ୍ ଯାହା ଫେସବୁକ୍ ଆପ୍‌ର ସେଟିଙ୍ଗ ମେନୁରେ ଉପଲବ୍ଧ ଥାଏ ।

ରିପୋର୍ଟରେ କୁହାଯାଇଛି ଯେ, ଫେସବୁକ୍ ଆପ୍‌ରେ ସିଧାସଳଖ ଡାର୍କ ମୋଡ୍‌କୁ ମାନୁଆଲ୍ ଭାବେ ସକ୍ଷମ କରିବାକୁ କୌଣସି ବିକଳ୍ପ ମଧ୍ୟ ନାହିଁ । ଏହା ଏକ ବଡ ତ୍ରୁଟି ନୁହେଁ, କିନ୍ତୁ ଏହା ଝଟ୍‌କାଦାର ନିଶ୍ଚୟ । ଯେଉଁଠି ଆପଙ୍କର ଆଇଫୋନ୍ କିମ୍ବା ଆଇପ୍ୟାଡରେ ସିଷ୍ଟମ୍-ୱାଇଡ୍ ଡାର୍କ ମୋଡ୍ ସକ୍ଷମ ହୋଇଥାଏ । ୨୦୧୯ରେ iOS ୧୩ ରିଲିଜ ବେଳେ ତାର ଏକ ଅଂଶ ଭାବେ ସିଷ୍ଟମ୍-ୱାଇଡ୍ ଡାର୍କ ମୋଡ୍ ସପୋର୍ଟ ଆସିଥିଲା ।

ଆପଲ୍ ସର୍ବପ୍ରଥମେ ୨୦୧୯ରେ ଆଇଫୋନ୍ ୧୩ ରୋଲ ଆଉଟ୍ ସହ ନିଜର ଆଇଫୋନ୍ ଏବଂ ଆଇପ୍ୟାଡରେ ଡାର୍କ ମୋଡ୍ ଲଞ୍ଚ୍ କରିଥିଲା । ବର୍ଷେ ପରେ ୨୦୨୦ରେ ମେଟା ଫେସବୁକର ୱେବ୍ ଆଧାରିତ ପ୍ଲାଟଫର୍ମ ଏବଂ ଏହାର ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ଆଧାରିତ ଆପ୍‌ରେ ଏହି ସୁବିଧା ପାଇଁ ସପୋର୍ଟ ଆରମ୍ଭ କରିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com