ବାଣିଜ୍ୟ

କବିସୂର୍ଯ୍ୟନଗର ସହର ମୁଖ୍ୟ ରାସ୍ତା ଅବସ୍ଥା ଶୋଚନୀୟ

କବିସୂର୍ଯ୍ୟନଗର, ୧୩ /୧୦/୨୦୨୨ –  ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସହରର ମୁଖ୍ୟ ରାସ୍ତା ଅବସ୍ଥା କହିଲେ ନସରେ । କେଉଁଠି ରାସ୍ତାରେ ହୋଇଥିବା ଗର୍ତ୍ତ ଉପରେ ଗଛ ଡାଳ ପକାଇ ବିପଦ କୁହାଯାଉଛି ତ ଆଉ କେଉଁଠି ମୁଖ୍ୟ ରାସ୍ତାରେ କୃତିମ ପୋଖରୀ କରାଯାଇଛି । ଏହି ଦୁଇଟି ଜାଗା ମରାମତିରେ ବାରମ୍ବାର ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଅବସ୍ଥା ସୁଧୁରୁନି ।

ରାସ୍ତା ମରାମତି ଆଉ ରାସ୍ତାଦୁଇ ପାର୍ଶ୍ୱରେ ସଫେଇ କରିବାରେ ପ୍ରତି ମାସରେ ମିଥ୍ୟା ବିଲକୁ ନେଇ ଏବେ ପ୍ରଶ୍ନ ଉଠିଛି । ସବୁ କାର୍ଯ୍ୟ ଜଣେ ନିର୍ଦ୍ଧିଷ୍ଟ ଠିକାଦାରଙ୍କ ଲାଇସେନ୍ସରେ କରାଯାଉଛି । ପୂର୍ତ୍ତ ବିଭାଗ କାର୍ଯ୍ୟଳୟ ପରିସରରେ ବଗିଚା, ସାଜସଜ୍ୱା କରି ଲକ୍ଷ ଲକ୍ଷ ଟଙ୍କା ହରିଲୁଟ ହୋଇଥିବା ଆଲୋଚନା ହେଉଛି । ବ୍ରହ୍ମପୁର ଭିଜିଲାନ୍ସ ଏହି କାର୍ଯ୍ୟାଳୟ ପ୍ରତି ଦୃଷ୍ଟି ଦେଲେ ସରକାରୀ ଟଙ୍କା ଦୁରୁପଯୋଗ ଘଟଣା ର ଫର୍ଦଫାସ ହେବା ସହ ଆୟବହିର୍ଭୁତ ଘଟଣାରେ ସମ୍ପୃକ୍ତ ଯନ୍ତ୍ରୀଙ୍କ ଅସଲ ମୁଖା ଖୋଲିବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com