ବାଣିଜ୍ୟ

ଉତ୍ତମ ପରିବହନ କ୍ଷେତ୍ରରେ ମୋ ବସ୍ ସେବାକୁ ପୁରସ୍କାର

ନୂଆଦିଲ୍ଲୀ, ୦୧/୦୯/୨୦୨୨-  ସରକାରୀ ପରିବହନ କ୍ଷେତ୍ରରେ ଯାତ୍ରୀ ମାନଙ୍କର ପ୍ରଥମ ପସନ୍ଦ ପାଲଟିଥିବା ଓଡ଼ିଶାର ମୋ ବସ୍ ସେବାକୁ ମିଳିଲା ଜାତୀୟ ସ୍ୱୀକୃତି । କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ ବା କ୍ରୁଟ୍‌କୁ ମିଳିଛି ସ୍ମାର୍ଟ ସଲ୍ୟୁସନ ଚାଲେଞ୍ଜ ଆଣ୍ଡ ଇନକ୍ଲୁସିଭ ସିଟିଜ୍ ଆୱାର୍ଡ଼। ୨୦୨୨ରେ ଉଲ୍ଲେଖନୀୟ ପଦକ୍ଷେପ ପାଇଁ କ୍ରୁଟକୁ ଏହି ସମ୍ମାନ ମିଳିଛି ।

ଗୁରୁବାର ନୂଆଦିଲ୍ଲୀ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ କ୍ରୁଟ୍ ଜେନେରାଲ ମ୍ୟାନେଜର ଦିପ୍ତୀ ମହାପାତ୍ରଙ୍କୁ କେନ୍ଦ୍ର ଗୃହ ଏବଂ ନଗର ବ୍ୟାପାର ମନ୍ତ୍ରୀ ହରଦୀପ ସିଂ ପୁରୀ ବିଦ୍ଧିବଦ୍ଧ ଭାବେ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଲୋକଙ୍କ ସହଜ ଯାତାୟତ ଓ ବଜାରର ଚାହିଦା ଅନୁସାରେ କ୍ରୁଟ୍ ମୋ ବସ୍ ସେବାର ଅଭିନବ ଓ ସୁରକ୍ଷିତ ଯାତ୍ରା ଯୋଗାଇ ଦେଉଛି । କ୍ରୁଟ୍ ଏକମାତ୍ର ସହରାଞ୍ଚଳ ପରିବହନ ସେବା ପ୍ରଦାନକାରୀ ସଂସ୍ଥା ଭାବେ ମହିଳା, ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକ ଯାତ୍ରୀଙ୍କ ପାଇଁ ସଂରକ୍ଷିତ ସିଟ୍ ସହ ଟିକେଟ୍ ମୂଲ୍ୟରେ ରିହାତି ହେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com