ବାଣିଜ୍ୟ

ବିଦ୍ୟୁତ ଉପଭୋକ୍ତା ମାନଙ୍କ ପାଇଁ ସ୍ମାର୍ଟ ମିଟର

ଭୁବନେଶ୍ୱର, ୧୬/୦୮/୨୦୨୨-  ବିଦ୍ୟୁତ ଉପଭୋକ୍ତା ମାନଙ୍କ ପାଇଁ ଆସିଲା ସ୍ମାର୍ଟ ମିଟର । ଏହି ସ୍ମାର୍ଟମିଟର ଠିକ ମୋବାଇଲର ସିମକାର୍ଡ ଭଳି । ଯେମିତି ମୋବାଇଲରେ ଆମେ ରିଚାର୍ଜ କରି ସୁବିଧା ନେଇଥାଉ ଠିକ ସେମିତି ଏହି ମିଟରରେ ବି ରିଚାର୍ଜ କରି ବିଦ୍ୟୁତସେବା ନିଆ ଯାଇପାରିବ । କେବଳ ଏତିକି ନୁହେଁ  ଚାହିଁଲେ ରିଚାର୍ଜ କରି ବିଦ୍ୟୁତ୍ ଜଳାଯାଇ ପାରିବ କିମ୍ବା ଯେତେ ପରିମାଣର ବିଦ୍ୟୁତ ଜଳାଯାଇଥିବ ସେ ଅନୁସାରେ ଟଙ୍କା ପୈଠ କରାଯାଇ ପାରିବ । ଟାଟା ପକ୍ଷରୁ ସବୁ ସ୍ଥାନରେ ଏହି ମିଟର ଲଗାଇବା ପାଇଁ ପଦକ୍ଷେପ ନିଆଯାଇଛି । ଏହି ମିଟରରେ ଥିବା ଚିପ୍ ମାଧ୍ୟମରେ ମୋବାଇଲ ସାହାଯ୍ୟରେ ଜାଣିହେବ କେତେ ପରିମାଣର ଏବଂ କେତେ ମୂଲ୍ୟର ବିଦ୍ୟୁତ ବ୍ୟବହାର କରାଯାଇଛି । ପ୍ରଥମ ଥର ପାଇଁ ଉଭୟ ପୋଷ୍ଟପେଡ୍ ଏବଂ ପ୍ରିପେଡ୍ ସେବା ପ୍ରଦାନ କରାଯାଉଛି । ତେବେ ପରବର୍ତ୍ତୀ ସମୟରେ ଗ୍ରାହକଙ୍କ ପସନ୍ଦ ଅନୁସାରେ ପ୍ରିପେଡ କିମ୍ବା ପୋଷ୍ଟ ପେଡରେ ଏହାକୁ ପରିବର୍ତ୍ତନ କରାଯିବ । ପୂର୍ବରୁ ବିଦ୍ୟୁତ ବିଲ କ୍ଷେତ୍ରରେ ଅନେକ ଅସୁବିଧା ହେଉଥିବା ବେଳେ ବର୍ତ୍ତମାନ ସେଭଳି ହେବ ନାହିଁ ବୋଲି ଆଶା ରଖିଛନ୍ତି ଉପଭୋକ୍ତା ।

Related Articles

Back to top button
WP Twitter Auto Publish Powered By : XYZScripts.com