ବାଣିଜ୍ୟ

ରାଜ୍ୟର ୨୨୬ଟି କଲେଜରେ ନିଯୁକ୍ତି ପାଇବେ ୧୫୪୩ ଜଣ PGT

ଭୁବନେଶ୍ୱର, ୨୫/୦୨/୨୦୨୩ –    ରାଜ୍ୟର ୨୨୬ଟି କଲେଜ ପାଇଁ ୧୫ଶହରୁ ଅଧିକ ପଦ ସୃଷ୍ଟି କରାଯିବ । ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ପଦ ସୃଷ୍ଟି କରିବା ନେଇ AGଙ୍କୁ ଚିଠି ଲେଖାଯାଇଛି । ରାଜ୍ୟର ପୂର୍ଣ୍ଣ ଅନୁଦାନ ପାଉଥିବା ୪୮୮ ବର୍ଗର ୨୨୬ଟି +୨ କଲେଜରେ ୧୫୪୩ଜଣ PGT ନିଯୁକ୍ତି ପାଇବେ । ଏନେଇ ଅର୍ଥ ବିଭାଗକୁ ମଞ୍ଜୁର ପାଇଁ ଚିଠି ଲେଖାଯାଇଛି ।

ତେବେ ବାଣିଜ୍ୟ, ରସାୟନ ବିଜ୍ଞାନ, ଅର୍ଥନୀତି, ଭୂତତ୍ତ୍ୱ ଆଦି ୨୫ଟି ବିଭାଗରେ ଏହି ନିଯୁକ୍ତି ଦିଆଯିବ । ସାମାଜିକ ଓ ଶିକ୍ଷାଗତ ପଛୁଆ SEBC ବର୍ଗରେ ୧୭୨, ST ବର୍ଗରେ ୩୪୫ ଜଣ ପିଜିଟି ନିଯୁକ୍ତି ପାଇବାକୁ ଥିବାବେଳେ, SC ବର୍ଗରେ ୨୪୮, ଓ ସାଧାରଣ ବର୍ଗରେ ୭୭୮ ଜଣ ସ୍ନାତକୋତ୍ତର ଶିକ୍ଷକ ନିଯୁକ୍ତି ପାଇବେ ।

Related Articles

Back to top button
WP Twitter Auto Publish Powered By : XYZScripts.com