ବାଣିଜ୍ୟ

୧୨ ପ୍ରଭାବଶାଳୀଙ୍କ ମଧ୍ୟରୁ ପ୍ରଥମେ ହାଜର ହେଲେ ଅମୀୟ

ଭୁବନେଶ୍ୱର, ୨୨/୧୧/୨୦୨୨-   ଶେଷରେ ପର୍ଦ୍ଦାଫାସ ହୋଇଛି ଲେଡି ବ୍ଲାକମେଲର ଡାଏରୀର ଏକ ଲୁକ୍କାୟିତ ନାମ । ଏହି ଡାଏରୀରେ ୧୨ ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାମ ଇଡିର ହସ୍ତଗତ ହୋଇଥିଲା । ଇଡି ଏମାନଙ୍କୁ ଗତକାଲି ସମନ କରିଥିଲା । ଇଡି କାହାକୁ ନୋଟିସ ପଠାଇଛି ଏବଂ କିଏ ସବୁ ଅର୍ଚ୍ଚନା ସହ କେମିତି ଓ କାହିଁକି ସମ୍ପର୍କ ରଖିଛନ୍ତି ଜାଣିବାକୁ ସାଧାରଣରେ ଉତ୍ସୁକତା ପ୍ରକାଶ ପାଇଥିଲା । ଆଜି ଇଡି କାର୍ଯ୍ୟାଳୟରେ ଭୁବନେଶ୍ୱରର ଜଣେ ପ୍ରତିଷ୍ଠିତ ଠିକାଦାର ହାଜର ହେବା ପରେ ଏହି ୧୨ ଜଣଙ୍କ ମଧ୍ୟରେ ସେ ଅନ୍ୟତମ ବୋଲି ଜଣା ପଡିଥିଲା ।

ଏହି ଠିକାଦାର ଜଣଙ୍କ ହେଉଛନ୍ତି ଅମୀୟ ଦାସ । ଇଡି ମଙ୍ଗଳବାର ତାଙ୍କୁ ୮ ଘଣ୍ଟା ଧରି ମାରାଥାନ ଜେରା କରିଥିବା ବେଳେ ଏହି ସମୟରେ ତାଙ୍କୁ ୮୦ ରୁ ଅଧିକ ପ୍ରଶ୍ନ ଗୁଡେଇ ତୁଡେଇ ପଚାରିଥିଲା । ଇଡିର ପ୍ରଶ୍ନ ବାଣରେ ଅମୀୟ ଘାବରେଇ ଥିଲେ । ସନ୍ଧ୍ୟା ୫ ଟା ପରେ ଅମୀୟ ପଦାକୁ ଆସିଥିଲେ । ବାହାରେ ଗଣମାଧ୍ୟମର ପ୍ରତିନିଧି ଏକଧିକ ପ୍ରଶ୍ନ କରିଥିଲେ । ପ୍ରତିକ୍ରିୟା ଦେବାକୁ ଯାଇ ସେ ଅର୍ଚ୍ଚନା ଏକାଉଣ୍ଟକୁ ୭ ଲକ୍ଷ ଟଙ୍କା ଦେଇଥିବା ଇଡି ସାମ୍ନାରେ ସ୍ୱୀକାର କରିଥିବା କହିଛନ୍ତି । ତେବେ ଏହି ଅର୍ଥ ସେ ଚିକିତ୍ସା ପାଇଁ ଦେଇଥିବା କହିଛନ୍ତି । ଅମୀୟଙ୍କୁ ଏଭଳି ଜେରା ପରେ ଇଡିଠାରୁ ସମନ ପାଇଥିବା ବାକି ୧୧ ଜଣଙ୍କ ମନାରେ ଛନକା ପଶିଛି । ଇଡି ପ୍ରଶ୍ନର ତ ଉତ୍ତର ଦେଇହେବ କିନ୍ତୁ ଅର୍ଚ୍ଚନା ସହ ସମ୍ପର୍କକୁ ନେଇ ସାମାଜିକ ପ୍ରତିଷ୍ଠାରେ ଯେଉଁ ଆଞ୍ଚ ଆସିବ ତାକୁ କିଭଳି ଏଡାଇ ହେବ ଏ ସମସ୍ତ ତଥା କଥିତ ପ୍ରଭାବଶାଳୀ ବ୍ୟକ୍ତି ଚିନ୍ତାରେ ପଡିଛନ୍ତି ।

ସେପଟେ ମଙ୍ଗଳବାର ଇଡିରେ ହାଜର ହୋଇଛନ୍ତି ପ୍ରଯୋଜକ ଅକ୍ଷୟ ପରିଜା । ତାଙ୍କୁ ଗତ ଶନିବାର ହାଜର ହେବା ପାଇଁ ଇଡି ନୋଟିସ୍ ପଠାଇଥିଲା । ହେଲେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ ହାଜର ହୋଇନଥିଲେ । ନିଜ ଓକିଲଙ୍କ ମାଧ୍ୟମରେ ଅଧିକ ସମୟ ମାଗିଥିବା ବେଳେ ଇଡି ମାତ୍ର ୨ ଦିନର ମହଲତ ଦେଇଥିଲା । ଆଉ ଆଜି ଇଡି ଅଫିସରେ ହାଜର ହୋଇଛନ୍ତି ଅକ୍ଷୟ । ବ୍ଲାକମେଲିଂ, ହନିଟ୍ରାପ୍ ଓ ଅର୍ଥ କାରବାର ମାମଲା ନେଇ ଅକ୍ଷୟଙ୍କୁ ପଚରାଉଚ୍ଚରା କରାଯାଇଛି । ଅକ୍ଷୟ ଏସବୁର କଣ ଉତ୍ତର ରଖିଡଛନ୍ତି ତାହା ସାମ୍ନାକୁ ଆସିନାହିଁ ।

 

Related Articles

Back to top button
WP Twitter Auto Publish Powered By : XYZScripts.com