Featuredବାଣିଜ୍ୟ

ରୟାଲ୍ ଏନଫିଲ୍ଡକୁ କଡା ଟକ୍କର ଦେବ ଏହି ଇଲେକ୍ଟ୍ରିକ୍ ବାଇକ୍ ! ପାଇବେ ଏସବୁ ଫିଚର୍ସ

ଭୁବନେଶ୍ୱର: ଦେଶରେ ଇଲେକ୍ଟ୍ରିକ ଗାଡିଗୁଡିକର ଚାହିଦା ବଢୁଥିବା ଦେଖି ବର୍ତ୍ତମାନ ଅଧିକାଂଶ ଅଟୋମେକର୍ ଇଲେକ୍ଟ୍ରିକ୍ ଗାଡି ତିଆରି କରିବା ଏବଂ ଯଥାଶୀଘ୍ର ବଜାରରେ ଲଞ୍ଚ କରିବା ଉପରେ ଧ୍ୟାନ ଦେଉଛନ୍ତି। ଏହି କାରଣରୁ ଗୁଜୁରାଟର ଦୁଇ ଚକିଆ ନିର୍ମାତା ଆର୍ଯ୍ୟ ଅଟୋମୋବାଇଲ ମଧ୍ୟ ଖୁବ୍ ଶୀଘ୍ର ଏହାର ଇଲେକ୍ଟ୍ରିକ୍ ବାଇକ୍ ଆର୍ଯ୍ୟ କମାଣ୍ଡର ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି। ଏହି ଇଲେକ୍ଟ୍ରିକ୍ ବାଇକ୍ ରୟାଲ୍ ଏନଫିଲ୍ଡ ପରି ଦେଖାଯାଏ।

ଡିଜାଇନ୍
କମ୍ପାନୀ ଏକ କ୍ରୁଜର ଲୁକରେ ଇଲେକ୍ଟ୍ରିକ୍ ବାଇକ୍ ଆର୍ଯ୍ୟ କମାଣ୍ଡର ଡିଜାଇନ୍ କରିଛି, ଯାହା ରୟାଲ୍ ଏନ୍ଫିଲ୍ଡ ଥଣ୍ଡର ପରି ଦେଖା ଯାଉଛି। ଏହାର ଓଜନ ୧୩୫ କିଲୋଗ୍ରାମ । ଏହି ବାଇକ୍ ରେ ରାଉଣ୍ଡ ଆକୃତିର ଏଲଇଡି ହେଡଲାଇଟ୍, ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ୍ କନସୋଲ୍, ଏଲଇଡି ଟର୍ନ ଇଣ୍ଡିକେଟର ସହିତ ଏଲଇଡି ଟେଲ ଲାଇଟ୍, କୁଶନ ସିଟ୍,ବ୍ୟାଟେରୀ ଏବଂ ଇଲେକ୍ଟ୍ରିକ୍ ମୋଟର ସ୍ଥାପିତ ହୋଇଛି

ପାୱାର
ଏହି ଇଲେକ୍ଟ୍ରିକ୍ ବାଇକ୍ ର ପାୱାର ବିଷୟରେ କହିବାକୁ ଗଲେ ଏଥିରେ ଏକ IP 67 ସାର୍ଟିଫିକେଟ୍ 4.4kWh ଲିଥିୟମ୍-ଆୟନ ବ୍ୟାଟେରୀ ଦିଆଯାଇଛି। ୩୦୦୦ ୱାଟ ଇଲେକ୍ଟ୍ରିକ୍ ମୋଟର ୧୭୦ ଏନଏମ ଟର୍କ ବିତରଣ କରିବାରେ ସକ୍ଷମ। ଏହି ବାଇକ୍ ର ଟପ୍ ସ୍ପିଡ୍ ଘଣ୍ଟା ପ୍ରତି ୯୦ କିଲୋମିଟର ରହିଥିବା ବେଳେ ସମ୍ପୂର୍ଣ୍ଣ ଚାର୍ଜରେ ଏହି ବାଇକ୍ ୧୨୫ କିଲୋମିଟର ଦୂରତା ଅତିକ୍ରମ କରିବାକୁ ସକ୍ଷମ ହେବ। ପ୍ରାୟ ୫ ଘଣ୍ଟା ମଧ୍ୟରେ ଏହି ବାଇକ୍ ସଂପୂର୍ଣ୍ଣ ଚାର୍ଜ ହୋଇପାରିବ।

Related Articles

Back to top button
WP Twitter Auto Publish Powered By : XYZScripts.com