Featuredଓଡ଼ିଶା

ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ, ବନ୍ଧୁକ ଦେଖାଇ ଦୁର୍ବୁତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କା ଓ ସୁନା

ଭୁବନେଶ୍ୱର: ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ । ଟଙ୍କା ଓ ସୁନା ବାକ୍ସ ଲୁଟି ନେଲେ ୪ ଦୁର୍ବୁତ୍ତ । ବନ୍ଧୁକ ଓ ଭୁଜାଲି ଦେଖାଇ ଭୟଭିତ କରିବା ସହ ଫାଙ୍କା ଗୁଳି କରି ବ୍ୟାଙ୍କରୁ ଲୁଟ କରିଥିବା ସୂଚନା ମିଳିଛି।

ଢେଙ୍କାନାଳ ଜିଲା ମହାବିରୋଡ଼ ଥାନା ମହାବିରୋଡ଼ରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ ହୋଇଛି । ୨ଟି ବାଇକରେ ୪ ଜଣ ଆସି ହଠାତ ବ୍ୟାଙ୍କ ଭିତରେ ପଶିଥିଲେ । କେହି କିଛି ବୁଝିବା ଆଗରୁ ଦୂର୍ବୁତ୍ତ ମାନେ ଲୁଟପାଟ ଆରମ୍ଭ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ବ୍ୟାଙ୍କ କର୍ମଚାରୀଙ୍କ କହିବା କଥା ୬ ଲକ୍ଷ ନଗଦ ଟଙ୍କା ସହ ୪ ଟି ସୁନା ବକ୍ସରୁ ୪୦୦ ଗ୍ରାମ ସୁନା ଲୁଟ ହୋଇଥିବା ଅନୁମାନ କରାଯାଉଛି। ସେପଟେ ଖବର ପାଇ ଘଟଣା ସ୍ଥଳରେ ଢେଙ୍କାନାଳ ଏସପି ଜ୍ଞାନରଞ୍ଜନ ମହାପାତ୍ର ଓ ମହାବିରରୋଡ ପୋଲିସ ପହଞ୍ଚି ସିସିଟିଭିକୁ ଆଧାର କରି ଛାନଭିନ ଆରମ୍ଭ କରିଛି।

 

Related Articles

Back to top button
WP Twitter Auto Publish Powered By : XYZScripts.com