Breaking NewsFeaturedକ୍ରୀଡ଼ା

ଆଜି ଭାରତ-ଆଫଗାନିସ୍ତାନ ମ୍ୟାଚ ; ଭାଙ୍ଗିପାରେ ସଚିନଙ୍କ ରେକର୍ଡ

ବିଶ୍ୱକପ କ୍ରିକେଟରେ ଭାରତ ତାର ଦ୍ୱିତୀୟ ମ୍ୟାଚରେ ବୁଧବାର ଆଫଗାନିସ୍ତାନକୁ ଭେଟିବ । ଆଜି ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଦୁଇ ଦେଶ ମୁହାଁମୁହିଁ ହେବେ । ପ୍ରଥମ ମ୍ୟାଚରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିବା ଭାରତୀୟ ଦଳର ମନୋବଳ ଦୃଢ ରହିଛି । ତେଣୁ ଆଜିର ମ୍ୟାଚ ଜିତି ବିଶ୍ବକପ ଅଭିଯାନରେ ବିଜୟ ଧାରା ଜାରି ରଖିବାକୁ ଚାହିଁବ ଭାରତ । ସେପେଟ ପ୍ରଥମ ମ୍ୟାଚରେ ବାଂଲାଦେଶଠାରୁ ହାରି ଆଫଗାନିସ୍ତାନ ଟିମ୍ ଚାପରେ ରହିଛି । ତେଣୁ ଭାରତ ବିପକ୍ଷରେ ନିଶ୍ଚୟ ବିଜୟୀ ହେବାକୁ ବିଶେଷ ରଣନୀତି ସହିତ ପଡିଆକୁ ଓହ୍ଲାଇବ ଆଫଗାନିସ୍ତାନ ।

ଯଦିଓ ଆଫଗାନିସ୍ତାନ ସେତେ ଶକ୍ତିଶାଳୀ ନୁହେଁ ତଥାପି ହାଲୁକା ଭାବରେ ନେବନାହିଁ ଭାରତ । କାରଣ ଶୁବମନ ଗିଲ ଡେଙ୍ଗୁରେ ଆକ୍ରାନ୍ତ ହେବାପରେ ତାଙ୍କ ସ୍ଥାନରେ ଈଶାନ କିସାନ ରୋହିତ ଶର୍ମାଙ୍କ ସହିତ ବ୍ୟାଟିଂ ପାଇଁ ଆସିଥିଲେ ମଧ୍ୟ ଦୁହେଁ ସଫଳ ହୋଇନଥିଲେ । ସେହିପରି ଶ୍ରେୟସ ଆୟର ମଧ୍ୟ ବିଫଳ ହୋଇଥିଲେ । ତେବେ ଘରୋଇ ପରିବେଶରେ ଖେଳୁଥିବାରୁ ଭାରତ ହୁଏତ ବେଶୀ ଚାପରେ ନରହିପାରେ । କାରଣ ଅଷ୍ଟ୍ରେଲିଆ ବିପକ୍ଷେ ବୋଲରମାନେ ଯେଉଁଭଳି ଚମତ୍କାର ପ୍ରଦର୍ଶନ କରିଥିଲେ ସେହିଭଳି ସଫଳତା ଆଫଗାନିସ୍ତାନ ବିପକ୍ଷରେ ମଧ୍ୟ ଦୋହରାଇବାକୁ ଚାହିଁବ ଭାରତ । ତେବେ ଗତ ଦକ୍ଷିଣ ଆଫ୍ରିକା-ଶ୍ରୀଲଙ୍କା ମ୍ୟାଚ୍‌ରେ ଏହି ପିଚରେ ୭୦୦ରୁ ଊର୍ଦ୍ଧ୍ବ ରନ୍ ଦେଖିବାକୁ ମିଳିଥିଲା । ତେଣୁ ଆଜି ମଧ୍ୟ ବଡ଼ ସ୍କୋର୍ ହେବାର ଆଶା ରହିଛି ।

ସେହିଭଳି ରେକର୍ଡ ଦୃଷ୍ଟିରୁ ଦେଖିଲେ ବିଶ୍ବକପରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଏପର୍ଯ୍ୟନ୍ତ ମୋଟ ୩ଟି ମ୍ୟାଚ ଖେଳାଯାଇଛି । ସେଥରୁ୨ଟି ମ୍ୟାଚରେ ଭାରତ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚ ଟାଇ ରହିଛି । ଅନ୍ୟପଟେ ଦିଲ୍ଲୀ ଷ୍ଟାଡିୟମରେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ରହିବେ ବିରାଟ କୋହଲି । ସଚିନ ଏଠାରେ ୮ଟି ମ୍ୟାଚରୁ ୩୦୦ ରନ ସଂଗ୍ରହ କରିଥିବା ବେଳେ କୋହଲି ୭ଟି ମୁକାବିଲାରେ ୨୨୨ ରନ କରିଛନ୍ତି । ସେ ଯଦି ଆଉ ୭୯ ରନ କରିବେ ତା’ହେଲେ ସଚିନଙ୍କୁ ଅତିକ୍ରମ କରିବେ । ଆଜିର ମ୍ୟାଚ ପାଇଁ ଗତ ମ୍ୟାଚ୍ ଭଳି ବ୍ୟାଟିଂ ବିଭାଗରେ କୌଣସି ଅଦଳ ବଦଳ ହୋଇନପାରେ। କିନ୍ତୁ ବୋଲିଂ ବିଭାଗରେ ହୁଏତ ଆର୍ ଅଶ୍ବିନଙ୍କ ସ୍ଥାନରେ ଦ୍ରୁତ ବୋଲର ମହମ୍ମଦ ସାମି ଖେଳିପାରନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com