Featuredଜାତୀୟ

ଦିଲ୍ଲୀରେ ଅନଲାଇନରେ ପାଠପଢା ଆରମ୍ଭ

ଦିଲ୍ଲୀରେ ପରିସ୍ଥିତି ଅସମ୍ଭାଳ । ବିଶେଷ କରି ଏନସିଆର ଏୟାର କ୍ୱାଲିଟି ଇଣ୍ଡେକ୍ସ ବା ବାୟୁ ମାନକ ସୂଚକାଙ୍କ ଏତେ ହ୍ରାସ ପାଇଛି ଯେ, ଘର ବାହାରକୁ ବାହାରିବା ମଧ୍ୟ ଦିଲ୍ଲୀବାସୀଙ୍କ ପାଇଁ ବିପଦ । ଏହାକୁ ଦୃଷ୍ଟିରେ ରଖି ନୋଏଡା ସ୍କୁଲ ଗୁଡିକୁ ବନ୍ଦ କରିଦିଆଯିବା ସହ ଅନଲାଇନ୍ ପାଠପଢା ଆରମ୍ଭ ହୋଇଛି । ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସମସ୍ତ ନିର୍ମାଣାଧିନ କାର୍ଯ୍ୟକୁ ମଧ୍ୟ ବନ୍ଦ କରିଦିଆଯାଇଛି । ଗୁରୁବାର ଦିଲ୍ଲୀ ଏନସିଆର ବାୟୁ ମାନକ ସୂଚକାଙ୍କ ୪୭୨ରେ ପହଞ୍ଚିଛି, ଯାହା ବିଷାକ୍ତ ବୋଲି କୁହାଯାଉଛି । ବାୟୁମଣ୍ଡଳର ଏଭଳି ଗମ୍ଭୀର ସ୍ଥିତିକୁ ଦୃଷ୍ଟିରେ ରଖି ନୋଏଡାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସ୍କୁଲକୁ ବନ୍ଦ କରିଦିଆଯାଇଛି । ଛାତ୍ରଛାତ୍ରୀମାନଙ୍କୁୁ ଅନଲାଇନ୍ ମୋଡରେ ପାଠପଢା ଆରମ୍ଭ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com