
ସାଉଥ ସୁପରଷ୍ଟାର ସାମନ୍ଥା ରୁଥ ପ୍ରଭୁ ତାଙ୍କ ବୃତ୍ତିଗତ ଜୀବନ ସହ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ ବର୍ତ୍ତମାନ ସେ ତାଙ୍କ ସ୍ବାସ୍ଥବସ୍ଥାକୁ ନେଇକି ଅଧିକ ଚର୍ଚ୍ଚାରେ ରହୁଛନ୍ତି । ନିକଟରେ ସାମନ୍ଥା ସୋସିଆଲ ମିଡିଆରେ ପ୍ରଶଂସକମାନଙ୍କୁ ସୂଚନା ଦେଇଥିଲେ ଯେ ସେ ମାୟୋସିଟିସ୍ ରୋଗ ସହ ଲଢ଼ୁଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ଏବେ ଚର୍ଚ୍ଚା ହେଉଛି ଯେ, ମାୟୋସିଟିସ୍ ରୋଗରେ ଆକ୍ରାନ୍ତ ଥିବା ସାମନ୍ଥା ଅସୁସ୍ଥତା ହେତୁ କିଛି ସମୟ ପାଇଁ ନିଜ ଫିଲ୍ମର ସୁଟିଂରୁ ବିରତି ନେବାକୁ ଯାଉଛନ୍ତି। ସ୍ବାସ୍ଥ୍ୟଗତ କାରଣରୁ ଅଭିନେତ୍ରୀ ବଲିଉଡର ଅନେକ ପ୍ରୋଜେକ୍ଟ ଛାଡିଛନ୍ତି। କିନ୍ତୁ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ଏହି ଖବର କେବଳ ଗୁଜବ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସାମସ୍ଥା ବର୍ତ୍ତମାନ ମଧ୍ୟ ‘ରାଜ’ ଏବଂ ‘ଡିକେ’ର ସୁଟିଂ କରୁଛନ୍ତି। ମାୟୋସିଟିସ୍ କାରଣରୁ ସାମନ୍ତ କାର୍ଯ୍ୟରୁ କୌଣସି ବିରତି ନେଉନାହାଁନ୍ତି।