ଜାତୀୟ

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ମହଙ୍ଗା ଭତ୍ତା ୧୧ ପ୍ରତିଶତ ବୃଦ୍ଧି

ଭୋପାଳ() ସରକାରୀ କର୍ମଚାରୀଙ୍କ ପାଇଁ ଖୁସିର ଖବର । ହୋଲି ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ଉପହାର ଭେଟି ଦେଇଛନ୍ତି । ସରକାର ମହଙ୍ଗା ଭତ୍ତାରେ ୧୧ ପ୍ରତିଶତ ବୃଦ୍ଧି କରିଛନ୍ତି । ଯାହାକି ଅପ୍ରେଲ୍‌ ୨୦୨୨ରୁ ଲାଗୁ ହେବ ।

ଖବର ଅନୁଯାୟୀ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ନିଜ ଜନ୍ମ ଦିନ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଏହି ଭେଟି ଦେଇଛନ୍ତି । ରାଜ୍ୟରେ ମୋଟ ୭ ଲକ୍ଷ ସରକାରୀ କର୍ମଚାରୀଙ୍କ ଏହାଦ୍ୱାର ଉପକୃତ ହେବ ।

ସେହିପରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କରୋନା ମହାମାରୀ ଲାଗି ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇନଥିଲା । ଏବେ ଏହାକୁ ବୃଦ୍ଧି କରାଯାଇଛି । ଯାହାକି ଅପ୍ରେଲ୍‌ ମାସ ଠାରୁ ଲାଗୁ ହେବ ।

ଏହାପୂର୍ବରୁ ଅକ୍ଟୋବର ମାସରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୮ ପ୍ରତିଶତ ବୃଦ୍ଧି କରାଯାଇଥିଲା । ଯାହାଦ୍ୱାର କର୍ମଚାରୀଙ୍କ ମୋଟ ମହଙ୍ଗା ବଢି ୨୦ ପ୍ରତିଶତ ଥିଲା । ଆଉ ଏବେ ୧୧ ପ୍ରତିଶତ ବଢିଛି । ଏବେ ସରକାରୀ କର୍ମଚାରୀଙ୍କ ମୋଟ ମହଙ୍ଗା ଭତ୍ତା ୩୧ ପ୍ରତିଶତ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com