ଜାତୀୟ

ରାତାରାତି ରାଷ୍ଟ୍ରୀୟ ଦଳ ହୋଇପାରିବ ନାହିଁ ଆପ୍, ଦରକାର ୨୦ କୋଟି ଭୋଟ

ନୂଆଦିଲ୍ଲୀ()  ଆମ ଆଦମୀ ପାର୍ଟିକୁ ରାଷ୍ଟ୍ରୀୟ ଦଳ ହେବା ପାଇଁ ଆହୁରି ୧୫ରୁ ୨୦ ବର୍ଷର ସମୟ ଲାଗିବ । ଆମ ଆଦମୀ ପାର୍ଟିକୁ ନେଇ ଏପରି ଭବିଷ୍ୟତବାଣୀ କରିଛନ୍ତି ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର। ସେ କହିଛନ୍ତି, କୌଣସି ଦଳକୁ ରାଷ୍ଟ୍ରୀୟ ଦଳ ହେବା ପାଇଁ ୨୦ କୋଟି ଭୋଟ ହାସଲ କରିବାର ଆବଶ୍ୟକତା ରହିଥାଏ । ୨୦୧୯ରେ ଆମ ଆଦମୀ ପାର୍ଟିକୁ କେବଳ ୨୭ ଲକ୍ଷ ଭୋଟ ମିଳିଥିଲା। ଦେଶରେ କେବଳ ଦୁଇଟି ଦଳ କଂଗ୍ରେସ ଏବଂ ବିଜେପି ରାଷ୍ଟ୍ରୀୟ ଦଳ ହୋଇପାରିଛନ୍ତି। ଦେଶରେ ଅନେକ ଦଳ ରାଷ୍ଟ୍ରୀୟ ଦଳ ହେବା ପାଇଁ ପ୍ରୟାସ କରିଛନ୍ତି, କିନ୍ତୁ କେହି ହୋଇପାରି ନାହାନ୍ତି । ତେବେ ଏହାର ମାନେ ନୁହେଁ ଅନ୍ୟ କୌଣସି ଦଳ ହୋଇପାରିବେ ନାହିଁ, କିନ୍ତୁ ରାତାରାତି ସମ୍ଭବ ନୁହେଁ, ଏଥିପାଇଁ ସମୟ ଦରକାର।

ଜାତୀୟ ଗଣମାଧ୍ୟମ ଦୈନିକ ଭାସ୍କରକୁ ପ୍ରତିକ୍ରିୟା ଦେଇ ପ୍ରଶାନ୍ତ କିଶୋର କହିଛନ୍ତି, ‘ଯେକୌଣସି ଦଳ ରାଷ୍ଟ୍ରୀୟ ଦଳ ହୋଇପାରି, କିନ୍ତୁ ଇତିହାସକୁ ଦେଖିଲେ ସ୍ପଷ୍ଟ ହେଉଛି ଯେ ବିଜେପି ଏବଂ କଂଗ୍ରେସ ସାରା ଦେଶରେ ପହଞ୍ଚି ପାରିଛନ୍ତି । ଏହାର ଅର୍ଥ ନୁହେଁ ଅନ୍ୟ କେହି ହୋଇପାରିବେ ନାହିଁ। କିନ୍ତୁ ଏଥିପାଇଁ ୧୫ରୁ ୨୦ ବର୍ଷର ସଂଘର୍ଷ କରିବାକୁ ପଡିବ। ରାତାରତି ଏପରି ପରିବର୍ତ୍ତନ ହୋଇ ନଥାଏ’।  ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟିର କ୍ଲିନ ସୁଇପ ଉପରେ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି ପ୍ରଶାନ୍ତ କିଶୋର। ଏହାସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟତାକୁ ନେଇ ପ୍ରଶାନ୍ତ କିଶୋର କହିଛନ୍ତି, ଆଜି ବି ତାଙ୍କ ସମର୍ଥକ ତାଙ୍କ ସହ ଅଛନ୍ତି।

୪ ରାଜ୍ୟରେ ବିଜେପି ବିଜୟୀ ହେବା ପରେ ବେରୋଜଗାରୀ ଏବଂ ଦରବୃଦ୍ଧି ଆଉ ପ୍ରସଙ୍ଗ ହୋଇନାହିଁ ?  ଏହା ଉପରେ ପ୍ରଶାନ୍ତ କିଶୋର କହିଛନ୍ତି, ବିଜେପିକୁ ୩୮ ପ୍ରତିଶତ ଭୋଟ ମିଳିଛି, ଅନ୍ୟପଟେ ୬୨ ପ୍ରତିଶତ ଲୋକେ ତାଙ୍କ ବିରୋଧରେ । ଏହାର ଅର୍ଥ ଦେଶର ୧୦୦ ଜଣଙ୍କ ମଧ୍ୟରୁ ୩୮ ଜଣ ହିଁ ତାଙ୍କ ସମର୍ଥନରେ ଅଛନ୍ତି । ତେବେ ଅନ୍ୟ ୬୨ ଜଣ ଭୋଟିଂ ପ୍ୟାଟର୍ଣ୍ଣରେ ମାମଲାରେ ଏକଜୁଟ ନାହାନ୍ତି, ଯାହାର ଲାଭ ଗୋଟିଏ ଦଳକୁ ମିଳୁଛି।

Related Articles

Back to top button
WP Twitter Auto Publish Powered By : XYZScripts.com