ଜାତୀୟ

କୋହଳ ହେଲା ୮ ପୂର୍ବତନ ନୌସେନା କର୍ମଚାରୀଙ୍କ ମୃତ୍ୟୁଦଣ୍ଡ

କାତାରରେ ଗୁପ୍ତଚର ଅଭିଯୋଗରେ ମୃତ୍ୟୁଦଣ୍ଡ ପାଇଥିବା ୮ ଜଣ ପୂର୍ବତନ ଭାରତୀୟ ନୌସେନା କର୍ମଚାରୀଙ୍କୁ ବଡ଼ ଆଶ୍ବସ୍ତି ମିଳିଛି। କାତାର କୋର୍ଟ ମୃତ୍ୟୁଦଣ୍ଡକୁ କୋହଳ କରିଛନ୍ତି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଗୁରୁବାର ଏ ସମ୍ପର୍କରେ ସୂଚନା ଦେଇଛି। ମୃତ୍ୟୁଦଣ୍ଡ ବିରୋଧରେ ଭାରତ ପକ୍ଷରୁ ଆବେଦନ କରାଯାଇଥିଲା। ଅକ୍ଟୋବର ୨୬ରେ କାତାର କୋର୍ଟ ୮ ଜଣ ପୂର୍ବତନ ନୌସେନା ଅଧିକାରୀଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କରିଥିଲେ।ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଏହି ମାମଲାରେ ଆଇନଗତ ଲଢେଇ ଜାରି ରହିଛି ଓ ଭାରତ ସରକାର ୮ ନୌସେନା କର୍ମଚାରୀଙ୍କ ପରିବାର ଲୋକଙ୍କ ସହ ସମ୍ପର୍କରେ ଅଛନ୍ତି। କାତାରର କୋର୍ଟ ଅଫ ଅପିଲରେ ଗୁରୁବାର ଏହି ମାମଲାର ଶୁଣାଣି ବେଳେ କାତାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଏବଂ କର୍ମଚାରୀମାନଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଇସ୍ରାଏଲ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଗତ ୨୦୨୨ ଅଗଷ୍ଟ ମାସରେ ଭାରତୀୟ ନୌସେନାର ଏହି ୮ ପୂର୍ବତନ କର୍ମଚାରୀଙ୍କୁ କାତାରର ଗୁଇନ୍ଦା ସଂସ୍ଥା ଗିରଫ କରିଥିଲା। ସେମାନେ କାତାରର ଏକ କମ୍ପାନୀରେ କାମ କରୁଥିଲେ। ତେବେ ଗତ ସେପ୍ଟେମ୍ବର ମାସରେ ପ୍ରଥମ ଥର ପାଇଁ ଭାରତୀୟ ଦୂତାବାସକୁ ଏ ସମ୍ପର୍କରେ ସୂଚନା ଦିଆଯାଇଥିଲା। ପ୍ରାୟ ବର୍ଷେ ଧରି ଜେଲରେ ରଖିବା ପରେ ସେମାନଙ୍କୁ କାତାରର ଏକ କୋର୍ଟ ମୃତ୍ୟୁଦଣ୍ଡାଦେଶ ଦେଇଥିଲେ।

ମୃତ୍ୟୁଦଣ୍ଡାଦେଶ ପାଇଥିବା ଏହି ୮ ପୂର୍ବତନ ଭାରତୀୟ ନୌସେନା ଅଧିକାରୀ ହେଉଛନ୍ତି, କ୍ୟାପଟେନ୍ ନବତେଜ ସିଂହ ଗିଲ୍, କ୍ୟାପଟେନ୍ ବୀରେନ୍ଦ୍ର କୁମାର ବର୍ମା, କ୍ୟାପଟେନ୍ ସୌରଭ ବଶିଷ୍ଠ, କମାଣ୍ଡର ଅମିତ ନାଗପାଲ, କମାଣ୍ଡର ପୂର୍ଣ୍ଣେନ୍ଦୁ ତିୱାରୀ, କମାଣ୍ଡର ସୁଗ୍ନାକର ପକାଲା, କମାଣ୍ଡର ସଞ୍ଜୀବ ଗୁପ୍ତା ଓ ସେଲର ରାଗେଶ।

Related Articles

Back to top button
WP Twitter Auto Publish Powered By : XYZScripts.com