ଜାତୀୟ

ଫାଇନାଲ୍ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ଲାଗିପାରେ ଝଟକା, ଅଧିନାୟକଙ୍କ ଖେଳିବା ନେଇ ସନ୍ଦେହ

ବେଙ୍ଗାଲୁରୁ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ନିର୍ଣ୍ଣାୟକ ମୁକାବିଲା ବେଙ୍ଗାଲୁରୁରେ ଆଜି ଖେଳାଯିବ । ସିରିଜ୍ ସଂପ୍ରତି ୨-୨ରେ ସମାନ ସ୍ଥିତିର ରହିଛି । ଯଦି ଭାରତ ଏହି ମ୍ୟାଚ୍ ଜିତେ ତେବେ ଦଳ ପ୍ରଥମ ଥର ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ୍ ଜିତିବ ।

ଦକ୍ଷିଣ ଆଫ୍ରକା ପାଇଁ ଏହି ମୁକାବିଲା ସେତେ ସହଜ ରହିବ ନାହିଁ । କାରଣ ଦଳର ଅଧିନାୟକ ତେମ୍ବା ବାଭୁମା ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଖେଳିବାର ନେଇ ସନ୍ଦେହ ରହିଛି । ଚତୁର୍ଥ ଟି-୨୦ରେ ଭୁବନେଶ୍ୱର କୁମାରଙ୍କ ବଲରେ ତେମ୍ବା ବାଭୁମାଙ୍କୁ ଆଘାତ ଲାଗିଥିଲା । ଏହି କାରଣରୁ ସେ ରିଟାୟର୍ଡ ହଟ୍ ହୋଇଥିଲେ। ତାଙ୍କର ଫିଟନେସକୁ ନେଇ ଏବେ ବି ସଂଶୟ ରହିଛି । ଦଳ ପକ୍ଷରୁ ମଧ୍ୟ ଏ ଯାଏଁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ । ତେଣୁ ଟସ୍ ସମୟରେ ହିଁ ତାଙ୍କ ଖେଳିବା ନେଇ ସ୍ପଷ୍ଟ ହେବ ।

ଯଦି ବାଭୁମା ଖେଳିବେ ନାହିଁ ତେବେ ଭ୍ରମଣକାରୀ ଦଳ ପାଇଁ ବଡ ଝଟକା ହେବ । ତାଙ୍କ ଅନୁପସ୍ଥିତିରେ କେଶବ ମହାରାଜଙ୍କୁ ଦଳର ଅଧିନାୟକ ଦାୟିତ୍ୱ ସମ୍ଭାଳିବାକୁ ପଡିପାରେ । ଦଳ ସିରିଜ ଜିତିବାର ଗୁରୁ ଦାୟିତ୍ୱ ତାଙ୍କୁ ବହନ କରିବାକୁ ପଡିବ ।

ଦୁଇ ଦଳର ସମ୍ଭାବିତ ଚୂଡାନ୍ତ ଏକାଦଶ
ଭାରତ-
 ଋତୁରାଜ ଗାଏକୱାଡ, ଇଶାନ କିଷନ, ଶ୍ରେୟସ ଆୟର, ଋଷଭ ପନ୍ତ (ଅଧିନାୟକ/ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ୟୁଜବେନ୍ଦ୍ର ଚହଲ, ଅଭେଶ ଖାନ ।

ଦକ୍ଷିଣ ଆଫ୍ରିକା- ତେମ୍ବା ବାଭୁମା/ରିଜା ହେଣ୍ଡ୍ରିକ୍ସ, କ୍ୱିଣ୍ଟନ ଡି କକ୍‌(ଅଧିନାୟକ/ୱିକେଟ୍ କିପର), ଡ୍ୱେନ ପ୍ରିଟୋରିୟସ, ରସି ଭାନ ଡର ଡସେନ, ହେନରିକ କ୍ଲାସେନ, ଡେଭିଡ୍ ମିଲର, ୱେନ ପାର୍ନେଲ, କାଗିସୋ ରାବଡା, କେଶବ ମହାରାଜ, ଏନରିକ ନୋର୍ତ୍ତୋଜେ, ଲୁଙ୍ଗି ଏନଗିଡି ।

Related Articles

Back to top button
WP Twitter Auto Publish Powered By : XYZScripts.com