ଜାତୀୟରାଜନୀତି

ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ହାଇକୋର୍ଟଙ୍କ ଠାରୁ ମିଳିଲା ଗ୍ରୀନ୍‌ ସିଗନାଲ, ୭୦୦ରୁ ଅଧିକ କାଶ୍ମୀରୀ ପଣ୍ଡିତଙ୍କର ବର୍ଣ୍ଣନା କରିବ କାହାଣୀ

ନୂଆଦିଲ୍ଳୀ :  ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ଦ କଶ୍ମୀର ଫାଇଲ୍ସ ଫିଲ୍ମ ଏବେ ବେଶ୍‌ ଚର୍ଚ୍ଚାରେ ରହିଛି। ଏହା ପଛର କାରଣ ହେଉଛି ଚଳଚ୍ଚିତ୍ରର ବିଷୟବସ୍ତୁ। ଏହି ଚଳଚ୍ଚିତ୍ରଟି କଶ୍ମୀରୀ ପଣ୍ଡିତମାନଙ୍କ ଉପରେ ନିର୍ମିତ। ଏହି ଚଳଚ୍ଚିତ୍ରରେ ୧୯୯୦ରେ କଶ୍ମୀରର ହିଂସା ତଥା ଚାଲିଥିବା ବିବାଦକୁ ଦେଖାଇବାକୁ ଏକ ପ୍ରୟାସରେ ପ୍ରସ୍ତୁତ କରାଯାଇଛି। ବିବେକଙ୍କ ଚଳଚ୍ଚିତ୍ର ‘କାଶ୍ମୀର ଫାଇଲସ୍‌’ର ରିଲିଜ୍‌ ପାଇଁ ବମ୍ବେ ହାଇକୋର୍ଟ ଆବେଦନକୁ ଖାରଜ କରି ଦେଇଛନ୍ତି। ଏହି ନିଷ୍ପତ୍ତି ସହିତ ସ୍ପଷ୍ଟ ହୋଇଛି ଯେ ଚଳଚ୍ଚିତ୍ର ନିର୍ଦ୍ଧାରିତ ହୋଇଛି ।
ଏହି ଆବେଦନରେ ଫିଲ୍ମ ବିରୋଧରେ ସାମ୍ପ୍ରଦାୟିକ ହିଂସା ଅଭିଯୋଗ କରି ଦର୍ଶାଯାଇଛି କି ଏହି ଫିଲ୍ମର ଟ୍ରେଲରରେ ମୁସଲମାନମାନେ କାଶ୍ମୀରୀ ପଣ୍ଡିତମାନଙ୍କୁ ହତ୍ୟା କରିଥିବା ଦେଖାଯାଇଛି । ଯାହା ଦ୍ବାରା ମୁସଲମାନ ସମ୍ପ୍ରଦାୟର ଭାବନା କ୍ଷତିଗ୍ରସ୍ତ ହୋଇଛି। ଏହାକୁ ନେଇ ଆବେଦନକାରୀ ଅଭିଯୋଗ କରିଛନ୍ତି ଯେ ଏହି ଚଳଚ୍ଚିତ୍ରରେ ଘଟଣାର କେବଳ ଗୋଟିଏ ପାର୍ଶ୍ୱ ଚିତ୍ର ରହିଛି । ଯାହା ହିନ୍ଦୁ ସମାଜକୁ କ୍ରୋଧିତ କରିପାରେ। ଏଥିପାଇଁ ଫିଲ୍ମର ରିଲିଜକୁ ବନ୍ଦ କରିବା ସହିତ ୟୁଟ୍ୟୁବରୁ ଏହାର ଟ୍ରେଲରକୁ ହଟାଇବାକୁ ଦାବି କରାଯାଇଥିଲା ।
ଏହା ସହ ୭୦୦ ରୁ ଅଧିକ ପୀଡିତଙ୍କ ପରିବାର ସହିତ ଫିଲ୍ମରେ କଥାବାର୍ତ୍ତା କରାଯାଇଛି। ତାଙ୍କୁ କିପରି ବିସ୍ଥାପିତ ହେବାକୁ ପଡିଲା ଏବଂ ସେମାନେ କିଭଳି ଯନ୍ତ୍ରଣା ସହ ଜୀବନ ବିତାଉଛନ୍ତି ତାହା ଫିଲ୍ମର ବିଷୟ ବସ୍ତୁରେ ରହିଛି। କିନ୍ତୁ ଏନେଇ ସୋମବାର ଦିନ ହାଇକୋର୍ଟ ଏହି ଫିଲ୍ମ ବିରୋଧରେ ଦାଖଲ ହୋଇଥିବା ଆବେଦନ ଉପରେ ଶୁଣାଣି କରିଛନ୍ତି। ଏହା ସହ ଫିଲ୍ମଟି ମାର୍ଚ୍ଚ ୧୧ ରେ ରିଲିଜ ହେବ ବୋଲି ମଧ୍ୟ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com