ଜାତୀୟରାଜନୀତି

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗିରଫ କଲା ପଞ୍ଜାବ ପୋଲିସ, ଦୁର୍ନୀତି ଅଭିଯୋଗରେ ମନ୍ତ୍ରିମଣ୍ଡଳରୁ ହୋଇଥିଲେ ବିଦା

ଚଣ୍ଡିଗଡ: ଭ୍ରଷ୍ଟାଚାର ଅଭିଯୋଗରେ ପଞ୍ଜାବ ସ୍ୱାସ୍ଥ୍ୟ ମନ୍ତ୍ରୀ ବିଜୟ ସିଙ୍ଗଲା ଗିରଫ । ବିଜୟ ସିଙ୍ଗଲାଙ୍କୁ ପଞ୍ଜାବ ପୋଲିସର ଦୁର୍ନୀତି ନିବାରଣ ଶାଖା ଗିରଫ କରିଛି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନ ସ୍ୱାସ୍ଥ୍ୟ ମନ୍ତ୍ରୀ ବିଜୟ ସିଙ୍ଗଲାଙ୍କୁ ଦୁର୍ନୀତି ଅଭିଯୋଗରେ ନିଜ ମନ୍ତ୍ରିମଣ୍ଡଳରୁ ବିଦା କରିଥିଲେ।

ସୂଚନା ଅନୁସାରେ, ପଞ୍ଜାବର ସ୍ୱାସ୍ଥ୍ୟ ମନ୍ତ୍ରୀ ବିଜୟ ସିଙ୍ଗଲା ଅଧିକାରୀଙ୍କୁ ପ୍ରତି ଠିକା ପାଇଁ ଏକ ପ୍ରତିଶତ କମିଶନ ଦାବି କରୁଥିଲେ । ସିଏମ ଭଗୱନ୍ତ ମାନ ଏକ ଭିଡିଓ ସେୟାର କରି କହିଥିଲେ- ‘ଆମେ ଗୋଟିଏ ପଇସାର ଦୁର୍ନୀତିକୁ ବରଦାସ୍ତ କରିବୁ ନାହିଁ। ଆମ ଦଳ ଭ୍ରଷ୍ଟାଚାର ବିରୋଧରେ ଆନ୍ଦୋଳନ କରିଛି। ନିଜ ମନ୍ତ୍ରିମଣ୍ଡଳରେ ଜଣେ ମନ୍ତ୍ରୀ ଅଧିକାରୀଙ୍କ ଠାରୁ କମିଶନ ନେଉଥିବା ଜାଣିବାକୁ ପାଇଛି। ତାଙ୍କୁ କ୍ୟାବିନେଟରୁ ବହିଷ୍କାର କରୁଛି ଏବଂ ମାମଲାର ପୋଲିସ ତଦନ୍ତ ପାଇଁ ଦାବି କରୁଛି’।

ସ୍ୱାସ୍ଥ୍ୟ ମନ୍ତ୍ରୀ ସିଙ୍ଗଲା ଅଧିକାରୀଙ୍କୁ ଠିକା ଦେବା ପାଇଁ ଏକ ପ୍ରତିଶତ କମିଶନ ଦାବି କରୁଥିଲେ। ଅଭିଯୋଗ ପରେ ଆକ୍ସନ ନେଇ ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିଥିଲେ ମୁଖ୍ୟମନ୍ତ୍ରୀ। ଏପଟେ ସିଙ୍ଗଲାଙ୍କୁ ଦଳରୁ ମଧ୍ୟ ବିଦା କରିବା ପାଇଁ ଆପ ପ୍ରସ୍ତୁତି କରୁଥିବା ଜଣାପଡିଛି। ଦେଶର ଇତିହାସରେ ଏହା ଦ୍ୱିତୀୟ ଘଟଣା ଯେତେବେଳେ କୌଣସି ମୁଖ୍ୟମନ୍ତ୍ରୀ ନିଜ ମନ୍ତ୍ରୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅନ୍ୟପଟେ ସିଏମ ମାନ କହିଛନ୍ତି ବିଜୟ ସିଙ୍ଗଲା ନିଜ ଉପରେ ଲାଗିଥିବା ଭଷ୍ଟ୍ରାଚାର ଅଭିଯୋଗକୁ ସ୍ୱିକାର କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com