ଅନ୍ତର୍ଜାତୀୟଜାତୀୟ

ଋଷ୍‌ ସହ କଥାବର୍ତ୍ତା ପାଇଁ ପ୍ରସ୍ତୁତ ୟୁକ୍ରେନ୍‌, ସର୍ତ୍ତ ରଖିଲେ ଜେଲେନ୍‌ସ୍କି- ବେଲାଋଷ୍‌ରେ ହେବ ନାହିଁ ବୈଠକ

କିଭ୍‌() ଋଷ୍‌ ସହିତ ବେଲାଋଷ୍‌ରେ ଆଲୋଚନା କରିବାକୁ ମନା କରିଦେଇଛି ୟୁକ୍ରେନ୍‌ । ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଋଷ୍‌ର ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ସେ କହିଛନ୍ତି ଯେ ତାଙ୍କ ଦେଶ ଋଷ୍‌ ସହିତ ଶାନ୍ତି ପାଇଁ ଆଲୋଚନା କରିବାକୁ ପ୍ରସ୍ତୁତ । କିନ୍ତୁ ବେଲାଋଷ୍‌ରେ ନୁହେଁ । ଯିଏ ତିନିଦିନ ଧରି ଚାଲିଥିବା ଯୁଦ୍ଧ ପାଇଁ ମସ୍କୋକୁ ଜମି ସାହାଯ୍ୟ କରୁଛି ସେଠାରେ କୌଣସି ଆଲୋଚନା ହୋଇପାରିବ ନାହିଁ । ଏନେଇ ଏକ ଭିଡିଓ ସନ୍ଦେଶ ଜାରି କରି ଜେଲେନ୍‌ସ୍କି କହିଛନ୍ତି ।

ସେ ଏଥିରେ କହିଛନ୍ତି ୱାର୍ସ, ବ୍ରାଟିସଲାଭା, ଇସ୍ତାନବୁଲ, ବୁଦାପେଷ୍ଟ କିମ୍ବା ବାକୁରେ ଆଲୋଚନା କରିବାକୁ ଆମେ ପ୍ରସ୍ତୁତ । ଅନ୍ୟସ୍ଥାନରେ ମଧ୍ୟ ଆଲୋଚନା କରିବାକୁ ସେ ପ୍ରସ୍ତୁତ । କିନ୍ତୁ ବେଲାଋଷ୍‌ରେ ୟୁକ୍ରେନ୍‌ କୌଣସି ଆଲୋଚନା କରିପାରିବ ନାହିଁ । କ୍ରେମଲିନ୍‌ ରବିବାର କହିଛି ଯେ ତାଙ୍କର ଏକ ପ୍ରତିନିଧି ମଣ୍ଡଳ ୟୁକ୍ରେନ୍‌ ଅଧିକାରୀଙ୍କ ସହ ଆଲୋଚନା କରିବା ପାଇଁ ବେଲେଋଷ୍‌ର ହୋମେଲ୍‌ ସହରରେ ପହଞ୍ଚିଛନ୍ତି ।

କ୍ରେମଲିନ୍‌ର ପ୍ରବକ୍ତା ଦିମିତ୍ରି ପେସ୍କୋୱ ଏ ନେଇ କହିଛନ୍ତି ଯେ, ଏହି ପ୍ରତିନିଧି ମଣ୍ଡଳରେ ସେନାର ଅଧିକାରୀ ଏବଂ କୂଟନୀତିଜ୍ଞ ସାମିଲ୍‌ ଅଛନ୍ତି । ସେ କହିଛନ୍ତି ଯେ ଋଷ୍‌ର ପ୍ରତିନିଧି ମଣ୍ଡଳ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ଆମେ ୟୁକ୍ରେନ୍‌ ଅଧିକାରୀଙ୍କ ଅପେକ୍ଷାରେ ରହିଛୁ ।

Related Articles

Back to top button
WP Twitter Auto Publish Powered By : XYZScripts.com