ଜାତୀୟମନୋରଞ୍ଜନ

ଦିଲୀପ କୁମାରଙ୍କ ଆୱାର୍ଡ ନେବାକୁ ପହଞ୍ଚିଲେ ସାଇରା ବାନୁ, ଷ୍ଟେଜ୍‌ରେ କାନ୍ଦିଲେ ଅଭିନେତ୍ରୀ

ନୂଆଦିଲ୍ଲୀ: ବଲିଉଡର ଟ୍ରାଜେଡି କିଙ୍ଗ ଦିଲୀପ କୁମାର  ୨୦୨୧ରେ ଦୁନିଆକୁ ଅଲବିଦା କହିଥିଲେ। ତାଙ୍କ ଅନେକ ବଡ ବଡ ସେଲେବ ସହିତ ତାଙ୍କ ଫ୍ୟାନ୍ସ ଫଲୋର୍ସମାନେ ଭାଙ୍ଗି ପଡିଥିଲେ। ସବୁଠାରୁ ଅଧିକ ଝଟକା ତାଙ୍କ ପତ୍ନୀ ସାଇରା ବାନୁଙ୍କୁ ଲାଗିଥିଲା । କାହିଁକି ନା ସାଇରା ବାନୁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଦିଲୀପ ସାହାବଙ୍କୁ ସହିତ ଥିଲେ। ନିକଟରେ ସାଇରା ବାନୁ ଦିଲୀପ ସାହାବଙ୍କ ପାଇଁ ଆୱାର୍ଡ ନେବାକୁ ଆସିଥିଲେ ଏବଂ ସେଠାରେ ତାଙ୍କୁ ମନେ ପକାଇ ଖୁବ୍‌ କାନ୍ଦିଥିଲେ। ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।

 

View this post on Instagram

 

A post shared by Viral Bhayani (@viralbhayani)

ନିକଟରେ ଭାଇରାଲ ଭାୟାନି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏହି ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସାଇରା ବାନୁ ଦିଲୀପ ସାହାବଙ୍କ ନାମରେ ଭାରତ ରତ୍ନ ଡକ୍ଟର ଆମ୍ବେଦକର ଆୱାର୍ଡ ଗ୍ରହଣ କରୁଥିବା ନଜର ଆସିଛନ୍ତି। କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାୱାଲେ ମଧ୍ୟ ତାଙ୍କ ସହ ଦେଖିବାକୁ ମିଳିଥିଲେ। ଏହି ସମୟରେ, ସାଇରା ବାନୁ ନିଜର ସାହେବକୁ ମନେ ପକାଇ ଭାବପ୍ରବଣ ହୋଇଥିଲେ ଏବଂ ଖୁବ୍‌ କାନ୍ଦିବାକୁ ଲାଗିଲେ।

ସାଇରା ବାନୁଙ୍କ ଏହି ଦୁଃଖ ଭରା ପ୍ରେମ ଦେଖି ତାଙ୍କର ପ୍ରତ୍ୟେକ ପ୍ରଶଂସକ ଭାବପ୍ରବଣ ହୋଇ ଯାଇଛନ୍ତି। ସାଇରା ବାନୁ ଏବେ ମଧ୍ୟ ତାଙ୍କ ଭାବନାରେ ବଞ୍ଚୁଛନ୍ତି। ଏହି ଭିଡିଓ ଦେଖି ଜଣେ ପ୍ରଶଂସକ ଲେଖିଛନ୍ତି, ‘ଆଜିର ଯୁଗରେ ଏପରି ପ୍ରେମ ପାଇବା କଷ୍ଟକର । ଅନ୍ୟ ଜଣେ ଲେଖିଛନ୍ତି, ‘ଦିଲୀପ ସାହେବ ନିଶ୍ଚୟ ଦେଖୁଛନ୍ତି। ଆଉ ଜଣେ ଲେଖିଛନ୍ତି, ସାଇରା ବାନୁଙ୍କ ଜୀବନରେ ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିରେ ଦିଲୀପ ସାହାବଙ୍କ ସ୍ଥାନକୁ କେହି ପୂରଣ କରିପାରିବେ ନାହିଁ।

ସାଇରା ବାନୁ ଦିଲୀପ ସାହାବଙ୍କୁ କୋହିନୁର ବୋଲି କହୁଥିଲେ । ଏହି ସମୟରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ ଦିଲୀପ ସାହେବ ମୋ ସହ ଅଛନ୍ତି ଏବଂ ସବୁକିଛି ଦେଖୁଛନ୍ତି। ଭାରତ ରତ୍ନଙ୍କ ବିଷୟରେ କଥାବାର୍ତ୍ତା କରି ସେ କହିଛନ୍ତି, ‘ଏହା ହେବା ଉଚିତ କାରଣ ଦିଲୀପ ସାହାବ ଭାରତର କୋହିନୋର ଥିଲେ। ତେଣୁ କୋହିନୋର ନିଶ୍ଚିତ ଭାବରେ ଭାରତ ରତ୍ନ ପାଇବା ଉଚିତ୍।

Related Articles

Back to top button
WP Twitter Auto Publish Powered By : XYZScripts.com