ଅନ୍ତର୍ଜାତୀୟଜାତୀୟ

ଯେଉଁ ସମ୍ପର୍କ ପାଇଁ ମାରିଥିଲେ ଚାପୁଡା, ଏବେ ସେହି ସମ୍ପର୍କରେ ପଡିବ ପୂର୍ଣ୍ଣଛେଦ: ଅଲଗା ହେବ ହଲିଉଡର ବହୁ ଚର୍ଚ୍ଚିତ ଯୋଡି

ନୂଆଦିଲ୍ଲୀ() ହଲିଉଡରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଶୁଣିବାକୁ ମିଳୁଛି । ଆପଣ ନିଶ୍ଚିତ ଭାବରେ ଚଳିତ ବର୍ଷ ଓସ୍କାରରେ ଚାପୁଡ଼ା କଥା ମନେ ରଖିଥିବେ । ଏହି ସେରେମୋନିରେ ହଲିଉଡ ଅଭିନେତା ୱିଲ୍ ସ୍ମିଥ୍ ତାଙ୍କ ପତ୍ନୀଙ୍କ କରାଯଇଥିବା ପରିହାସକୁ ସହି ପାରିନଥିଲେ । ଆଉ ହୋଷ୍ଟ କ୍ରିସ୍ ରକ୍କଙ୍କୁ ଚାପୁଡ଼ା ମାରିଥିଲେ ।

ଏବେ ସଦ୍ୟତମ ରିପୋର୍ଟ ଅନୁଯାୟୀ, ଏହି ଚାପୁଡ଼ା ଘଟମା ତାଙ୍କ ଜୀବନରେ ଏକ ବଡ ଳକ୍ଷ୍ମଣରେଖା ଟାଣିଦେଇଛି । ଏହି କାରଣରୁ ହେତୁ ତାଙ୍କ ବ୍ୟକ୍ତିଗତ ଜୀବନରେ ଏକ ବଡ଼ ସଙ୍କଟ ଦେଖାଦେଇଛି । ଚାପୁଡ଼ା କାଣ୍ଡ ପାଇଁ ୱିଲ ଏବଂ ତାଙ୍କ ପତ୍ନୀ ଜଡାଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି କରିଛି ବୋଲି କଳ୍ପନା ଜଳ୍ପନା ହେଉଛି । ଆଉ ଏହି ଘଟଣା ଏବେ ଛାଡପତ୍ରର ମୁହାଁ ବୋଲି ଚର୍ଚ୍ଚା ହେଉଛି ।

ଦି ନ୍ୟୁଜ୍ ଇଣ୍ଟରନ୍ୟାସନାଲର ଏକ ରିପୋର୍ଟ ଅନୁଯାୟୀ, ୱିଲ୍ ସ୍ମିଥ୍ ଏବଂ ଜଡା ପିଙ୍କେଟ୍ ସ୍ମିଥଙ୍କ ମଧ୍ୟରେ ସମ୍ପର୍କ ଠିକ୍ ଠାକ୍ ଚାଲିନି । ସେମାନେ ପରସ୍ପର କଥାବାର୍ତ୍ତା କରୁନାହାଁନ୍ତି । କୁହାଯାଉଛି ଯେ ଉଭୟଙ୍କ ମଧ୍ୟରେ ତିକ୍ତତା ବହୁଗୁଣିତ ହୋଇଛି ଏବଂ ଛାଡପତ୍ର ପାଇଁ ମାମଲା ପହଞ୍ଚିଛି । ହିଟ୍ ମ୍ୟାଗଜିନ ଖବର ଅନୁଯାୟୀ, ଯେବେଠାରୁ ଓସ୍କାର ମାମଲା ଘଟାଲାଣି, ସେବେଠାରୁ ଉଭୟଙ୍କ ସମ୍ପର୍କରେ ଭଟ୍ଟା ପଡିଲାଣି ।

ବର୍ଷ ବର୍ଷ ଧରି ସେମାନଙ୍କ ମଧ୍ୟରେ ସମସ୍ୟା ରହିଥିଲା, କିନ୍ତୁ ବର୍ତ୍ତମାନ ପରିସ୍ଥିତି ଏପରି ଯେ ସେମାନଙ୍କ ମଧ୍ୟରେ କୌଣସି ଆଲୋଚନା ହୋଇପାରେ ନାହିଁ । କାଲିଫର୍ଣ୍ଣିଆ ନିୟମ ଅନୁଯାୟୀ ୱିଲ୍ ସ୍ମିଥ୍ ୩୫୦ ନିୟୁତ ମାଲିକ ଅଟନ୍ତି । ଯଦି ଅଲଗା ହେବେ ତେବେ ସେ ଏହି ରାଶିର ଅଧାକୁ ନିଜ ପତ୍ନୀଙ୍କୁ ଦେବାକୁ ପଡିବ ।

Related Articles

Back to top button
WP Twitter Auto Publish Powered By : XYZScripts.com