ଜାତୀୟ

ୟୁଜରଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍ ପଡିଲା ଭାରି, ଟ୍ବିଟର ଉପରେ ୧୫କୋଟି ଡଲାର ଜରିମାନା

ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ବିଟରରେ ୟୁଜରଙ୍କ ଗୋପନୀୟତା ପରିପ୍ରକାଶ କରିବାର ଅଭିଯୋଗ ଆସିଛି । ଏହାରୁ ନେଇ ଟ୍ବିଟର ଉପରେ ୧୫ କୋଟି ଡଲାରର ଜରିମାନା ମଧ୍ୟ ଲଗାଯାଇଛି । ଏହାସହ କମ୍ପାନୀ ନିଡ ୟୁଜରଙ୍କ ଡାଟାର ସୁରକ୍ଷା ପାଇଁ ମାନକ ନିର୍ଦ୍ଧାରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଅନୁଯାୟୀ, ଆମେରିକୀୟ ନ୍ୟାୟ ବିଭାଗ ଏବଂ ସଂଘୀୟ ବାଣିଜ୍ୟ ଆୟୋଗ ଟ୍ବିଟର ବିରୋଧରେ ଅଭିଯୋଗର ସମାଧାନ କରିଛି । ନିୟାମକର ଅଭିଯୋଗ ଯେ, ଟ୍ବିଟର ତାର ୟୁଜରକୁ ଲୁଚାଇ ୨୦୧୧ର ଏଫଟିସି ନିର୍ଦ୍ଦେଶର ଉଲଂଘନ କରିଛି । ଏହି ନିର୍ଦ୍ଦେଶ ଅନୁସାରେ କମ୍ପାନୀକୁ ୟୁଜରଙ୍କ ଡାଟା ଏବଂ ବ୍ୟକ୍ତିଗତ ତଥ୍ୟର ଗୋପନୀୟତା ଏବଂ ସୁରକ୍ଷିତ ରଖାଯାଇଥାଏ ।

ସରକାର ଅଭିଯୋଗ ଆଣିଛନ୍ତି ଯେ, ୨୦୧୩ ମେ’ରୁ ୨୦୧୯ ସେପ୍ଟେମ୍ବର ପର୍ଯ୍ୟନ୍ତ ଟ୍ବିଟର ୟୁଜରଙ୍କୁ କହିଥିଲା ଯେ ସେ ଆକାଉଣ୍ଟର ସୁରକ୍ଷା ଉଦ୍ଦେଶ୍ୟରେ ତାଙ୍କ ଫୋନ୍ ନମ୍ବର ଏବଂ ଇମେଲ୍‌ର ତଥ୍ୟ ସଂଗ୍ରହ କରୁଛି । କିନ୍ତୁ କମ୍ପାନୀ ୟୁଜରଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନ୍ୟ କମ୍ପାନୀ ସହ ସେୟାର କରିଛି । ଏହି ତଥ୍ୟ ବ୍ୟବହାର କରି ୟୁଜରଙ୍କୁ ଅନଲାଇନ୍ ବିଜ୍ଞାପନ ପଠାଯାଉଥିଲା ।

ନିୟାମକ ବୁଧବାର ଦିନ ଦାୟର ଏକ ମାମଲାରେ ଏହା ମଧ୍ୟ ଅଭିଯୋଗ ଆଣିଛି ଯେ, ଟ୍ବିଟର ମିଛ ଦାବି କରିଥିଲା ଯେ ସେ ୟୁରୋପୀୟ ସଂଘ ଏବଂ ସ୍ବିଜରଲ୍ୟାଣ୍ଡ ସହ ଆମେରିକୀ ଗୋପନୀୟତା ଚୁକ୍ତିର ଅନୁପାଳନ କରିଛି । ଏହି ବିବାଦର ସମାଧାର ପରେ ଟ୍ବିଟରକୁ ୧୫ କୋଟି ଡଲାର ଜରିମାନା କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com