ଜାତୀୟବାଣିଜ୍ୟ

ଦାମୀ ନୋଟ୍ ୨୦୦୦ ଟଙ୍କା ବ୍ୟବହାର କମୁଛି; ନୋଟ୍ ଛପା ହ୍ରାସ କରିବାକୁ ଯୋଜନା

ନୂଆଦିଲ୍ଲୀ: ବଜାର ଦୈନନ୍ଦିନ କାରବାର ଏବଂ ଖୁଚୁରା କରିବାରେ ଅସୁବିଧା କାରଣରୁ 2000 ଟଙ୍କିଆ ନୋଟ୍ ବ୍ୟବହାର ଆନୁପାତିକ ହାରରେ କମିଯାଇଛି । ବରଂ ଏଭଳି ଏକ ମହଙ୍ଗା ନୋଟ୍ କୁ ବ୍ୟବହାର ନେଇ ସାଧାରଣ ଖାଉଟି ଏବଂ ବ୍ୟବସାୟୀ ଅମଙ୍ଗ ହେଉଛନ୍ତି । ଏଣୁ ଏହି ଦାମୀ ନୋଟ୍ ଭାରତୀୟଙ୍କ ପକେଟରେ ଅଧିକ ସମୟ ରହିପାରୁ ନାହିଁ । ବିମୁଦ୍ରୀକରଣ ସମୟରେ ଗ୍ରାହକଙ୍କ ସୁବିଧା ପାଇଁ 1000 ଟଙ୍କିଆ ନୋଟ୍ ବନ୍ଦ କରାଯାଇଥିଲା । ପ୍ରତି ବଦଳରେ ନୂଆ କରି 2000 ଟଙ୍କିଆ ନୋଟ୍ ପ୍ରଚଳନ ହେଲା ।

ଗ୍ରାହକଙ୍କ ସୁବିଧା ପାଇଁ  500 ଟଙ୍କିଆକୁ ନୂଆ ଆକାରରେ ବଜାରକୁ ଛଡାଗଲା । ନୂଆ 500 ଟଙ୍କାର ତ ଆଦୃତ ହେଲା କିନ୍ତୁ 2000 ଟଙ୍କା ପ୍ରତି ବିମୁଖତା ବଢିଲା । ଏକ ଆକଳନରୁ 2000 ନୋଟର ବ୍ୟବହାର 2 ପ୍ରତିଶତରୁ କମ୍ ହୋଇଯାଇଛି । ଆରବିଆଇ ରିପୋର୍ଟ ଅନୁଯାୟୀ ଗତ ଆର୍ଥିକ ବର୍ଷରେ 2000 ନୋଟ୍ ର ପ୍ରଚାରରେ ମଧ୍ୟ ଉଲ୍ଲେଖନୀୟ ହ୍ରାସ ଘଟିଛି । ଚଳିତ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ମୋଟ ଟଙ୍କା କାରବାରରୁ 2000 ଟଙ୍କାର ଅଂଶ 214 କୋଟି ବା 1.6 ପ୍ରତିଶତକୁ ଖସି ଆସିଛି । ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ସମସ୍ତ  ନୋଟ୍ ଉତ୍ପାଦନ ଓ ସଂଖ୍ୟା 13,053 କୋଟି ଥିଲା । ବର୍ଷେ ପୂର୍ବେ ଏହି ଅବଧି ମଧ୍ୟରେ ଏହି ସଂଖ୍ୟା 12,437 କୋଟି ଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com