ଜାତୀୟ

ଆପଣ କ’ଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ? ନୂପୁର ଶର୍ମାଙ୍କ ବିବାଦୀୟ ବୟାନ ପ୍ରସଙ୍ଗରେ ଦିଲ୍ଲୀ ପୋଲିସକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ:  ଦିଲ୍ଲୀ ପୋଲିସକୁ ସୁପ୍ରିମକୋର୍ଟଙ୍କ ତାଗିଦ୍‌ । ପୈଗାମ୍ବର ମାମଲାରେ ବିବାଦୀୟ ବୟାନ ଦେଇଥିବା ନୂପୁର ଶର୍ମାଙ୍କ ଘଟଣା ଉପରେ ଏପରି ବୟାନ ଦେଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ଏହି ପ୍ରସଙ୍ଗରେ ଆପଣ ( ଦିଲ୍ଲୀ ପୋଲିସ) କଣ କାର୍ଯ୍ୟାନୁଷ୍ଠାନ ନେଇଛି । ଯଦି ଟିଭି ଆଙ୍କର ତାଙ୍କୁ ଉକ୍‌ସାଉ ଥିଲେ, ତେବେ ତାଙ୍କ ବିରୋଧରେ ମଧ୍ୟ ଏଫ୍‌ଆଇଆର୍‌ ରୁଜୁ କରାଯିବ ଉଚିତ୍‌ ।

ସେହିପରି ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିବା ବିଜେପିର ପୂର୍ବତନ ରାଷ୍ଟ୍ରୀୟ ମୁଖପାତ୍ର ନୂପୁର ଶର୍ମାଙ୍କୁ ସୁପ୍ରିମକୋର୍ଟ କଡା ଭର୍ତ୍ସନା କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ, ନୂପୁର ଶର୍ମା ଟିଭି ସାମ୍ନାକୁ ଆସି ସମଗ୍ର ଦେଶବାସୀଙ୍କୁ କ୍ଷମା ମାଗନ୍ତୁ । ତାଙ୍କ ପାଇଁ ଏଭଳି ଘଟଣା ଘଟିଥିବା ସୁପ୍ରିମକୋର୍ଟ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଏକ ଟିଭି ସୋରେ ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଥିଲେ ନୂପୁର ଶର୍ମା । ଏହାପରେ ତାଙ୍କୁ ବିଜେପି ପକ୍ଷରୁ ସସ୍‌ପେଣ୍ଡ କରାଯାଇଥିଲା । କିନ୍ତୁ ଦେଶବ୍ୟାପୀ ଏହି ପ୍ରସଙ୍ଗକୁ ନେଇ ବହୁ ବିବାଦ ଉଠିଥିଲେ । ଏପିରିକି ବିଭିନ୍ନ ରାଜ୍ୟରେ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com