ଜାତୀୟରାଜନୀତି

ଜମ୍ମୁ କଶ୍ମୀରରେ ରହୁଥିବା ଲୋକ ଦେଇପାରିବେ ଭୋଟ୍‌ , ଦରକାର ହେବନି ଆବାସ ପ୍ରମାଣପତ୍ର

ଏଣିକି ଜାମ୍ମୁ କାଶ୍ମୀରରେ ରହୁଥିବା ବାହାର ଲୋକ ବି ଦେଇପାରିବେଭୋଟ । ନିର୍ବାଚନ ଆୟୋଗ ଏମାନଙ୍କୁ ଭୋଟ୍ ଅଧିକାର ପ୍ରଦାନ କରିଛନ୍ତି । ଏଥିରେ କର୍ମଚାରୀ, ଛାତ୍ର, ଶ୍ରମିକ କିମ୍ବା ଦେଶର ଅନ୍ୟାନ୍ୟ ରାଜ୍ୟରୁ ଆସିଥିବା ବ୍ୟକ୍ତିମାନେ ସାମିଲ ହେବେ । ଜାମ୍ମୁ କାଶ୍ମୀରର ମୁଖ୍ୟ ନିର୍ବାଚନ ଅଧିକାରୀ ଏନେଇ ଘୋଷଣା । ସେମାନେ ସେମାନଙ୍କର ନାମ ଭୋଟର ତାଲିକାରେ ନାମ ଲେଖାଇ ପାରିବେ । ଏଥିସହ ଜାମ୍ମୁ କାଶ୍ମୀରରେ ହେବାକୁ ଥିବା ନିର୍ବାଚନରେ ଭୋଟ୍ ଦେଇପାରିବେ । ବାହାର ଲୋକଙ୍କୁ ଭୋଟର ଭାବରେ ତାଲିକାଭୁକ୍ତ କରିବା ପାଇଁ ବାସସ୍ଥାନ ଆବଶ୍ୟକ ନୁହେଁ । ଜାମ୍ମୁ କାଶ୍ମୀରରେ ପୋଷ୍ଟ ହୋଇଥିବା ଅନ୍ୟ ରାଜ୍ୟର ସଶସ୍ତ୍ର ବାହିନୀର କର୍ମଚାରୀମାନେ ମଧ୍ୟ ଭୋଟର ତାଲିକାରେ ସେମାନଙ୍କ ନାମ ଯୋଡିପାରିବେ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ନିର୍ବାଚନ କମିଶନର ସ୍ପଷ୍ଟ କରିଛନ୍ତି ଯେ ଅଣ-ସ୍ଥାନୀୟ ଲୋକଙ୍କୁ ଭୋଟ୍ ଦେବା ପାଇଁ କୌଣସି ସମସ୍ୟା ନାହିଁ। ଜାମ୍ମୁ କାଶ୍ମୀରରେ କେହି କେତେ ଦିନ ବାସ କରୁଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ। ଏପରିକି ଏଠାରେ ଭଡ଼ାରେ ରହୁଥିବା ଲୋକମାନେ ମଧ୍ୟ ଭୋଟ୍ ଦେଇପାରିବେ । ଆୟୋଗର ଏହି ନିଷ୍ପତ୍ତି ସହିତ ପ୍ରାୟ ୨୦ରୁ ୨୫ଲକ୍ଷ ନୂତନ ଭୋଟର ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବେ ।

Related Articles

Back to top button
WP Twitter Auto Publish Powered By : XYZScripts.com