ଜାତୀୟ

ହିଜାବ ପିନ୍ଧିଥିବାରୁ କଲେଜ ଭିତରେ ପ୍ରବେଶ କରିବାକୁ ମିଳିଲା ନାହିଁ ଅନୁମତି

ବେଙ୍ଗାଲୁରୁ() ହିଜାବ ପିନ୍ଧିଥିବାରୁ କଲେଜ ଭିତରେ ପ୍ରବେଶ କରିବାକୁ ମିଳିଲା ନାହିଁ ଅନୁମତି। କର୍ଣ୍ଣାଟକର ଏକ କଲେଜରେ ଘଟିଛି ଏଭଳି ଅଜବ ଘଟଣା। ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ, କିଛି ମହିଳା ହିଜାବ ପିନ୍ଧି କଲେଜ ଭିତରକୁ ପ୍ରବେଶ କରିବାକୁ କଲେଜର ପ୍ରିନ୍ସପାଲଙ୍କୁ ଅନୁରୋଧ କରୁଛନ୍ତି। ତେବେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ମଧ୍ୟ ଏଭଳି ଘଟଣା ଘଟିସାରିଛି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ କର୍ଣ୍ଣାଟକର କୁନ୍ଦୁପୁର ନିକଟ ଉଦୁପି ଜିଲ୍ଲାର ଏକ ପ୍ରି-ୟୁନିଭରସିଟି କଲେଜର ହିଜାବ ପିନ୍ଧିଥିବା ଛାତ୍ରୀମାନେ ପ୍ରିନ୍ସିପାଲଙ୍କୁ ଭିତରକୁ ପ୍ରବେଶ ନେଇ ନିବେଦନ କରୁଥିବା ଦେଖିବାକୁ ମିଳିଛି। ୨ମାସ ପରେ ପରୀକ୍ଷା ଥିବାରୁ ଏବେ କଲେଜ ହିଜାବକୁ ନେଇ ଏଭଳି ଅଜବ ନିୟମ କାହିଁକି ତିଆରି କରୁଛି ବୋଲି ଛାତ୍ରୀମାନେ ପ୍ରଶ୍ନ କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ବର୍ତ୍ତମାନ ପର୍ଯ୍ୟନ୍ତ ହିଜାବ ପିନ୍ଧି ଛାତ୍ରୀମାନେ କଲେଜ ଭିତରକୁ ପ୍ରବେଶ କରୁଥିଲେ ଏବଂ ଶ୍ରେଣୀଗୃହରେ ଏହାକୁ କାଢ଼ିଦେଉଥିଲେ। ହେଲେ ହଠାତ୍ ଏଭଳି ନିୟମ ଲାଗୁ ହେବାରୁ ସେମାନେ ଏହାର ବିରୋଧ କରିଛନ୍ତି।

ଉଡୁପି ଜିଲ୍ଲା ଦାୟିତ୍ୱରେ ଥିବା ମନ୍ତ୍ରୀ ଏସ. ଅଙ୍ଗରା କହିଛନ୍ତି ଯେ, ମୁଁ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିବି। ପ୍ରତ୍ୟେକ କଲେଜ ପାଇଁ ଅଲଗା ନିୟମ ପ୍ରସ୍ତୁତ କରିବା କଷ୍ଟସାଧ୍ୟ। କିନ୍ତୁ ଯଦି ତାହା ହୋଇସାରିଛି, ସରକାର ଏକ ପୂର୍ବ ସୂଚିତ ନିଷ୍ପତ୍ତି ନେବେ।

ଏହା ପୂର୍ବରୁ ଉଡୁପିର ପିୟୁ କଲେଜରେ ଏଭଳି ଘଟଣା ଘଟିଥିଲା। ସେଠାରେ ଏବେ ବି ଛାତ୍ରୀମାନେ ହିଜାବ ପିନ୍ଧି ଶ୍ରେଣୀରେ ବସିବାର ଅନୁମତି ପାଇବାକୁ ସଂଗ୍ରାମ କରୁଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com