ଓଡ଼ିଶା

ଭାରତ ବନ୍ଦର ଦ୍ୱିତୀୟ ଦିନ, ସାରା ଦେଶରେ ଟ୍ରେନ ଚଳାଚଳ ଓ ବ୍ୟାଙ୍କ ସେବା ପ୍ରଭାବିତ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଜନମାରଣ ନୀତିର ପ୍ରତିବାଦ । ବିଭିନ୍ନ ଟ୍ରେଡ ୟୁନିଅନ ସଂଗଠନ ପକ୍ଷରୁ ଆହୂତ ଭାରତ ବନ୍ଦର ଆଜି ଦ୍ୱିତୀୟ ଦିନ । ସବୁ ରାଜ୍ୟରେ ଭାରତ ବନ୍ଦର ଆଂଶିକ ପ୍ରଭାବ ପଡ଼ିଛି । କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତିକୁ ବିରୋଧ କରି ୧୨ ଦଫା ଦାବିରେ ଦ୍ବିତୀୟ ଦିନରେ ଭାରତ ବନ୍ଦ ପାଳନର ଡାକରା ଦେଇଛି ଟ୍ରେଡ ୟୁନିୟନ । ଦୁଇ ଦିନିଆ ଧର୍ମଘଟ ଡାକରାର ପ୍ରଥମ ଦିନରେ ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ଦେଖାଯାଇଥିଲା । ପଶ୍ଚିମବଙ୍ଗ, ହରିୟାଣା, କେରଳ, ଓଡ଼ିଶା, ମହାରାଷ୍ଟ୍ର ଆଦି ରାଜ୍ୟରେ ଟ୍ରେଡ ୟୁନିୟନର କର୍ମକର୍ତ୍ତା ପ୍ଲାକାର୍ଡ ଧରି କେନ୍ଦ୍ର ସରକାର ବିରୋଧରେ ନାରାବାଜୀ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।  ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ରାସ୍ତା ଅବରୋଧ କରିଛନ୍ତି ଆନ୍ଦୋଳନକାରୀ ।

ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ପଡ଼ିଛି । ବ୍ୟାଙ୍କ ସହ ବୀମା କମ୍ପାନୀ ଗୁଡିକ ବନ୍ଦ ରହିଥିବା ବେଳେ ପରିବହନ ସେବା ବାଧାପ୍ରାପ୍ତ ହୋଇଛି । କେନ୍ଦ୍ର ସରକାରଙ୍କ ଶ୍ରମିକ ଆଇନ ସଂଶୋଧନ, ଏଲଆଇସିରୁ ପୁଞ୍ଜି ପ୍ରତ୍ୟାହାର ଓ ଘରୋଇକରଣ ଯୋଜନା, ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ବିଭିନ୍ନ ସ୍ଥାନରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କେନ୍ଦ୍ରର ଘରୋଇକରଣ ନୀତି ବିରୋଧରେ ସର୍ବ ଭାରତୀୟସ୍ତରରେ ବ୍ୟାଙ୍କ କର୍ମଚାରୀମାନେ ମଧ୍ୟ ଏହି ବନ୍ଦ ପ୍ରତିବାଦରେ ସାମିଲ ହୋଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com