ଅନ୍ୟାନ୍ୟ

ଚୀନର ପୁଣି ଦାଦାଗିରି; ଡୋକଲାମ ନିକଟରେ କରିଛି ଗ୍ରାମ ନିର୍ମାଣ

ନୂଆଦିଲ୍ଲୀ, ୨୦/୦୭/୨୦୨୨- କିଛିଦିନର ବ୍ୟବଧାନ ପରେ ଚୀନର ପୁଣି ଦାଦାଗିରି । ୨୦୧୭ରେ ଭାରତ ଓ ଚୀନ ବାହିନୀ ମଧ୍ୟରେ ଘଟିଥିବା ଗଣ୍ଡଗୋଳ ସ୍ଥାନ ଡୋକଲାମ ନିକଟରେ ଚୀନ ଗ୍ରାମ ନିର୍ମାଣ କାର୍ଯ୍ୟ କରିଛି । ଏହି ଗ୍ରାମର ନାମ ପାଙ୍ଗଦା ରଖାଯାଇଥିବାବେଳେ ଭୁଟାନ ସୀମା ନିକଟରେ ଏହାର ଅବସ୍ଥିତି ରହିଛି । ଗ୍ରାମର ପ୍ରାୟ ପ୍ରତି ଘରେ କାର୍ ପାର୍କିଂ କରାଯାଇଥିବା ଦେଖାଯାଇଛି । ସେଠାକୁ ସବୁଦିନିଆ ରାସ୍ତା ନିର୍ମାଣ କରାଯାଇଥିବାବେଳେ ଆମୋ ଚୁ ନଦୀ ନିକଟରେ ତାହାର ସ୍ଥାପନା କରାଯାଇଛି । ଡୋକଲାମ ପ୍ଲାଟ୍ୟୁ ଓ ଝାମ୍ପେରି ଅଞ୍ଚଳରେ ଏହି ଗ୍ରାମ ପ୍ରତିଷ୍ଠା ଜରିଆରେ ଚୀନ ନିଜର ପ୍ରାଧାନ୍ୟ ବିସ୍ତାର କରିଛି । ଭୌଗୋଳିକ ଦୃଷ୍ଟିରୁ ଗ୍ରାମର ଉପସ୍ଥିତି ଚୀନ୍ ଲାଗି ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ ଭାରତର ସ୍ପର୍ଶକାତର ଅଞ୍ଚଳ କୁହାଯାଉଥିବା ସିଲିଗୁଡି କରିଡର ପାଇଁ ବି ଏହା ଗୁରୁତ୍ୱପୂର୍ଣ୍ଣ ହୋଇଛି । ଦେଶର ସମସ୍ତ ଉତ୍ତରପୂର୍ବ ରାଜ୍ୟ ସହ ସାରା ଦେଶର ସଂଯୋଗ ରକ୍ଷା କରିଥାଏ ସିଲିଗୁଡ଼ି କରିଡର । ଗତ ୨୦୧୭ରେ ଡୋକଲାମରେ ଚୀନର ନିର୍ମାଣ କାର୍ଯ୍ୟକୁ ଭାରତୀୟ ସେନା ବିରୋଧ କରିଥିଲେ । ଫଳରେ ଦୁଇ ଦେଶର ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ସେପଟେ ଆମୋ ଚୁ ନଦୀ ଉପତ୍ୟକାରେ ଚୀନ ଦ୍ୱିତୀୟ ଗ୍ରାମ ପ୍ରତିଷ୍ଠା କରିଥିବାବେଳେ ଦକ୍ଷିଣ ଡୋକଲାମରେ ତୃତୀୟ ଗ୍ରାମ ପ୍ରତିଷ୍ଠା କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com