ଅନ୍ୟାନ୍ୟ

କଟକରେ ଯୁବକଙ୍କୁ ସ୍କୁଟିରେ ବାନ୍ଧି ଦୌଡ଼େଇବା ଘଟଣା : ୨ ଅଭିଯୁକ୍ତ ଅଟକ

କଟକ, ୧୭ /୧୦/୨୦୨୨-   ଯୁବକଙ୍କୁ ସ୍କୁଟିରେ ବାନ୍ଧି ଦୌଡ଼େଇବା ଘଟଣାରେ ୨ ଅଭିଯୁକ୍ତ ଅଟକ । ଦୁଇ ଅଭିଯୁକ୍ତଙ୍କ ନାଁ ରେ ପୂର୍ବରୁ କୌଣସି ଅପରାଧିକ ମାମଲା ନାହିଁ । ଉଧାର ନେଇଥିବା ଟଙ୍କା ଫେରି ପାଇବା ପାଇଁ ଏଭଳି ଅମାନବୀୟ କାଣ୍ଡ କରିଥିଲେ ୨ ଅଭିଯୁକ୍ତ । ପୀଡ଼ିତ ଓ ଅଭିଯୁକ୍ତଙ୍କ ମଧ୍ୟରେ ପୂର୍ବରୁ ସମ୍ପର୍କ ରହିଛି । ସ୍କୁଟି ମଧ୍ୟ ଜବତ ହୋଇଛି । ଲାଲବାଗ ଥାନାରେ ଏନେଇ ମାମଲା ହୋଇଛି । ପୀଡ଼ିତଙ୍କ ଦେହରେ ସେମିତି କୌଣସି ଗୁରୁତର କ୍ଷତ ଚିହ୍ନ ଏଯାଏଁ ଜଣାପଡିନି । ଅଭିଯୁକ୍ତଙ୍କ ଠାରୁ କୌଣସି ମାରଣାସ୍ତ୍ର ମିଳିନାହିଁ । ପୋଲିସ ସିସିଟିଭି ଫୁଟେଜ ଆଧାରରେ ଅଧିକ ତଦନ୍ତ ଜାରି ରଖିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର ।

ରବିବାର ରାତ୍ରିରେ କଟକ ସହରରେ ଜଣେ ଯୁବକଙ୍କୁ ଅନ୍ୟ ଦୁଇଜଣ ଯୁବକ ଅମାନୁଷିକ ଭାବେ ଯୁବକଙ୍କୁ ସ୍କୁଟି ପଛରେ ବାନ୍ଧି ୨ କିଲୋମିଟର ଦୌଡ଼ାଇ ଦୌଡ଼ାଇ ନେଇଥିଲେ । ରାସ୍ତାରେ ସେମାନଙ୍କୁ ଯିଏ ପ୍ରତିରୋଧ କରିବାକୁ ଆସୁଥିଲା ସେମାନଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇଥିଲେ । ସୋସିଆଲ ମିଡିଆରେ ଏ ଭିଡିଓ ଭାଇରଲ ହେବାପରେ ଆକ୍ସନ ନେଇଥିଲା କମିସନରେଟ ପୋଲିସ ।

 

Related Articles

Back to top button
WP Twitter Auto Publish Powered By : XYZScripts.com