ଅନ୍ୟାନ୍ୟ

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆଜି ନାମାଙ୍କନର ଶେଷ ଦିନ

ଝାରସୁଗୁଡ଼ା, ୨୦/୦୪/୨୦୨୩ –     ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ତାରିଖ । ଆଜି ନାମାଙ୍କନ ଦାଖଲ ପରେ କାଲି ପ୍ରାର୍ଥିପତ୍ର ଯାଞ୍ଚ ହେବ ।  ତେବେ ଏଥିମଧ୍ୟରେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥିପତ୍ର ଦାଖଲ କରି ଘରକୁ ଘର ବୁଲି ପ୍ରଚାର ଆରମ୍ଭ କରିଦେଲେଣି । ୨୪ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାରର ସୁଯୋଗ ରହିଛି ।

କ୍ୟାମ୍ପେନିଂରେ ସବୁଠୁ ଆଗରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ସେପଟେ  ଭଲ ପ୍ରଦର୍ଶନ କରିବା ପାଇଁ ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟ ଜୋରଦାର ଅଣ୍ଟା ଭିଡ଼ିଛନ୍ତି । ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରି ମଇଦାନକୁ ଓହ୍ଲାଇଛି କଂଗ୍ରେସ । ବିଜେପି ବି ଉପନିର୍ବାଚନରେ ଭଲ ପ୍ରଦର୍ଶନ କରିବାକୁ ରଣନୀତି କରିଛି । ମେ’ ୧୦ରେ ଝାରସୁଗୁଡ଼ାରେ ଭୋଟ ଗ୍ରହଣ । ସେହିପରି ୧୩ ତାରିଖରେ ଫଳ ଘୋଷଣା କରାଯିବ ।

 

Related Articles

Back to top button
WP Twitter Auto Publish Powered By : XYZScripts.com