ଅନ୍ୟାନ୍ୟ

ଭାରତରେ ଚିହ୍ନଟ ହେଲା ବିରଳ ବ୍ଲଡ଼ ଗ୍ରୁପ- ଇଏମଏମ ନେଗେଟିଭ

ସୁରଟ, ୧୪/୦୭/୨୦୨୨- ସ।ଧାରଣତଃ ୪ ପ୍ରକାର ବ୍ଲଡ ଗ୍ରୁପ (ଏ,ବି, ଓ. ଏବି) କଥା ସମସ୍ତେ ଜାଣନ୍ତି। ହେଲେ ଏହାକୁ ବାଦ ଦେଇ ଆଉ କିଛି ରକ୍ତ କଣିକା ବି ରହିଛି । ଏହା ହେଉଛି ଇଏମଏମ ନେଗେଟିଭ୍ । ଗୁଜୁରାଟର ୬୫ ବର୍ଷିୟ ବ୍ୟକ୍ତିଙ୍କ ଶରୀରରେ ଏହି ଦୁର୍ଲଭ ବ୍ଲଡ ଗ୍ରୁପ ଥିବା ଜାଣି ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହି ବ୍ୟକ୍ତି ଜଣକ ହୃଦଘାତ ସମସ୍ୟା ଦେଇ ଗତି କରୁଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦେଶରେ ଏଭଳି ଏକ ନୂଆ ପ୍ରକାରର ବ୍ଲଡ ଗ୍ରୁପ ମିଳିବାରେ ଏହା ବିରଳ ତଥା ପ୍ରଥମ ଓ ସମଗ୍ର ବିଶ୍ୱରେ ୧୦ମ ଘଟଣା । ବିଶେଷଜ୍ଞଙ୍କ କହିବା ମୁତାବକ, ଏହି ବ୍ଲଡ ଗ୍ରୁପ ଥିବା ବ୍ୟକ୍ତିମାନେ ନା କାହାରିକୁ ରକ୍ତ ଦେଇ ପାରିବେ ନା କାହାଠାରୁ ରକ୍ତ ଗ୍ରହଣ କରିପାରିବେ । ତେଣୁ ଏମାନଙ୍କର କୌଣସି ସମସ୍ୟା ହେଲେ ରକ୍ତ ନପାଇବାକୁ ନେଇ ପରିସ୍ଥିତି ଜଟିଳ ଏପରିକି ମରଣାନ୍ତକ ହୋଇପାରେ । ଏପରି ସ୍ଥଳେ ଗୁଜୁରାଟର ଏହି ବ୍ୟକ୍ତିଙ୍କର ହାର୍ଟ ସମସ୍ୟା ଥିବାରୁ ତାଙ୍କର ଅସ୍ତ୍ରୋପଚାର କରିବା ଜରୁରୀ ଥିବାବେଳେ ଏହି ପ୍ରକାରର ବ୍ଲଡ ଗ୍ରୁପ ମିଳୁନଥିବାରୁ ଅସ୍ତ୍ରୋପଚାର କରିବା ନେଇ ଡାକ୍ତରମାନେ ଏବେ ଚିନ୍ତାରେ । ଏସବୁ ବାଦ୍ ଇଏମଏମ ନେଗେଟିଭ୍ ଆଉ ଏକ ନୂଆ ବ୍ଲଡ୍ ଗ୍ରୁପ୍ ସିଷ୍ଟମ୍ । ଏହି ବ୍ଲଡ ଗ୍ରୁପ ଥିବା ଲୋକଙ୍କ ଶରୀରରେ ଇଏମଏମ ହାଇ ଫ୍ରିକ୍ୱେନ୍ସି ଆଣ୍ଟିଜେନର ଅଭାବ ଥାଏ । ଏହାର ନାଁ ଇଏମଏମ ଏଥିପାଇଁ ରଖାଯାଇଛି କାରଣ ଏଥିରେ ଇଏମଏମ ନଥାଏ । ଇଏମଏମ ହେଉଛି ଲାଲ ରକ୍ତ କୋଷିକାରେ ଥିବା ଆଣ୍ଟିଜେନ୍ । ସୁରଟର ସମରପାନ ରକ୍ତଦାନ କେନ୍ଦ୍ରର ଡାକ୍ତର ସାନମୁଖ ଯୋଶୀ କହିଛନ୍ତି ଯେ ହୃଦଘାତରେ ପୀଡିତ ହେବା ପରେ ଅହମ୍ମଦାବାଦରେ ଚିକିତ୍ସିତ ହେଉଥିବା ୬୫ ବର୍ଷୀୟ ରୋଗୀଙ୍କୁ ହୃଦୟ ଅସ୍ତ୍ରୋପଚାର ପାଇଁ ରକ୍ତର ଆବଶ୍ୟକତା ରହିଛି। ହେଲେ ଏଯାଏଁ ଏହି ଗ୍ରୁପ ରକ୍ତ ଯୋଗାଡ ହୋଇପାରୁନଥିବାରୁ ସେହି ବ୍ୟକ୍ତିଙ୍କ ଜୀବନକୁ ନେଇ ଚିନ୍ତାରେ ପଡିଛନ୍ତି ଉଭୟ ଡାକ୍ତର ଓ ପରିବାର ଲୋକେ ।

Related Articles

Back to top button
WP Twitter Auto Publish Powered By : XYZScripts.com