Breaking NewsFeaturedଭାଇରାଲ୍ ଭିଡିଓ

ଭାସିଗଲେ ୨୩ ଯବାନ

ସିକିମରେ ଭୟଙ୍କର ବନ୍ୟା । ପ୍ରବଳ ବର୍ଷା ଯୋଗୁ ଏହି ପରିସ୍ଥିତି ଉପୁଜିଥିବା ବେଳେ ୨୩ ଯବାନ ଭାସିଯାଇଛନ୍ତି । ଘଟଣାନୁସାରେ ଉତ୍ତର ସିକିମର ଲାଚେନ ହ୍ରଦ ଉପରେ ଅଚାନକ ବାଦଲ ଫଟା ବର୍ଷା ଯୋଗୁ ତୀସ୍ତା ନଦୀର ଜଳସ୍ତର ଅଚାନକ ବୃଦ୍ଧି ପାଇଥିଲା । ଫଳରେ ମଙ୍ଗଳବାର ରାତି ପ୍ରାୟ ଗୋଟାଏରେ ଫ୍ଲାସ୍ ଫ୍ଲଡ ହୋଇଥିଲ । ଏଥିରେ ସେନାର ୨୩ ଯବାନଙ୍କ ସମେତ ଅନେକ ଲୋକ ପ୍ରବଳ ଜଳ ସ୍ରୋତରେ ନିଖୋଜ ହୋଇ ଯାଇଛନ୍ତି । ସେହିପରି ବହୁ ସେନା କ୍ୟାମ୍ପ ଭୁଶୁଡ଼ି ଯାଇଥିବା ବେଳେ ଯାନବାହନ ମଧ୍ୟ ଭାସି ଯାଇଛି । ତେବେ ନିଖୋଜ ଯବାନଙ୍କୁ ଖୋଜିବାକୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ଆଖପାଖ ରାଜ୍ୟର ସେନା ଉଦ୍ଧାର କାର୍ୟ୍ୟାରେ ସାମିଲ ହେଉଛନ୍ତି |
ସେପଟେ ଏନେଇ ପ୍ରତିରକ୍ଷା ବିଭାଗ PRO କହିଛନ୍ତି ଯେ ପ୍ରବଳ ବର୍ଷା କାରଣରୁ ଚୁଙ୍ଗଥାଙ୍ଗ ଡ୍ୟାମରୁ ହଠାତ ପାଣି ଛଡାଯାଇଥିଲା । ଯେଉଁଥିପାଇଁ ଜଳସ୍ତର ହଠାତ୍ ୧୫-୨୦ ଫୁଟ ଉଚ୍ଚକୁ ବଢିଯାଇଥିଲା । ଏହି କାରଣରୁ, ସିଙ୍ଗଟାମ ନିକଟ ବରଦାଙ୍ଗରେ ପାର୍କିଂ ହୋଇଥିବା ସେନା ଗାଡି ପ୍ରଭାବିତ ହୋଇଛି । ତେବେ ଏହି ବିଷୟରେ ସବିଶେଷ ତଥ୍ୟ ନିଶ୍ଚିତ କରିବାକୁ ଉଦ୍ୟମ ଚାଲିଛି । ଅନ୍ୟପଟେ ବନ୍ୟା ପରିସ୍ଥିତି ପରେ ସିକିମ ପ୍ରଶାସନ ପକ୍ଷରୁ ହାଇ ଆଲର୍ଟ ଜାରି କରାଯିବା ସହ ନଈକୂଳିଆ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯାଉଛି । ସେହିପରି ବିନା କାରଣରେ ଘରୁ ନବାହାରିବାକୁ କୁହାଯାଇଛି । ଆହୁରି ୩ରୁ ୪ ଦିନ ପର୍ୟ୍ୟିନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ କୌଣସି ବଡ ବିପର୍ଯ୍ୟକୁ ସେଠାରେ ଏଡାଇ ଦିଆଯାଇନପାରେ ।

Related Articles

Back to top button
WP Twitter Auto Publish Powered By : XYZScripts.com