ଅନ୍ୟାନ୍ୟ

ଲାଲବାହିନୀର ହାତ ଛାଡିଲେ ୪୦୦ ମିଲିସିଆ

ଭୁବନେଶ୍ୱର, ୦୫/୧୧/୨୦୨୨ –  ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳରେ ଲାଲ ବାହିନୀର ହାତ ଛାଡି ମୁଖ୍ୟସ୍ରୋତ ଫେରିଛନ୍ତି ୪୦୦ ମିଲିସିଆ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳର ପାପର ମେଟଲା ପଞ୍ଚାୟତର ଲାଉଗୁଡା ଠାରେ ଆଜି ଧୂଳିପୁଟ ପଞ୍ଚାୟତର ପ୍ରାୟ ୪୦୦ ଜଣ ମାଓ ସମର୍ଥକ ରାଜ୍ୟ ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟରେ ପ୍ରସନ୍ନ ହୋଇ ଓଡିଶା ପୋଲିସ ଓ ବିଏସଏଫ ବାହିନୀ ନିକଟରେ ଆତ୍ମସମର୍ପଣ କରିଛନ୍ତି ।  ଆଗାମୀ ଦିନରେ ସମାଜରେ ବାସ କରୁଥିବା ଅନ୍ୟ ମାନଙ୍କ ଭଳି ଆମେ ମଧ୍ୟ ସରକାରଙ୍କ ସହ ରହିବୁ ବୋଲି କହିଥିବା ବେଳେ ସରକାରଙ୍କ ପକ୍ଷରୁ ଥିବା ସମସ୍ଥ ସୁବିଧା ମଧ୍ୟ ଏମାନଙ୍କୁ ଯୋଗାଇ ଦିଆଯିବ ବୋଲି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com